ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ ଲାଗିଲା କଟକଣା

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ କଟକଣା ଜାରି କରାଯାଇଛି। ଏକ ନମ୍ବର ହାଟ ରାସ୍ତା କଡରେ ହେଉଥିବା ବାଇକ୍ ପାର୍କିଂ ଯୋଗୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଇଥାଏ। ଏଣୁ ଭିଡ ନିୟନ୍ତ୍ରଣ ପାଇଁ ଏକ ନମ୍ବର ମାର୍କେଟରେ ବାଇକ୍ ପାର୍କିଂ କଡ଼ାକଡ଼ି ବାରଣ କରାଯାଇଛି। କେବଳ ସିଙ୍ଗଲ୍ ଲେନରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଏନେଇ ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ରାଜଧାନୀ ବାସୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ହାଟ ଏକ ନମ୍ବର ହାଟରେ ସର୍ବଦା ଭିଡ ରହିଥାଏ। ଏହି ସମୟ ମାନଙ୍କରେ ରାସ୍ତା ଉପରେ ଏଣେ ତେଣେ ବାଇକ ରଖି ହାଟ କରିବାକୁ ଲୋକମାନେ ଚାଲିଯାଆନ୍ତି। ଯାହା ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦିଏ।

Comments are closed.