ଦେଶର କୌଣସି ଆକାଶବାଣୀ କେନ୍ଦ୍ର ବନ୍ଦ କରାଯାଇ ନାହିଁ – ଜାବଡେକର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଦେଶର କୌଣସି ଆକାଶବାଣୀ କେନ୍ଦ୍ର ବନ୍ଦ କରାଯାଇ ନାହିଁ କିମ୍ବା କାଟ୍‍ଛାଣ୍ଟ କରାଯାଇନାହିଁ। ଲୋକସଭାରେ ପ୍ରଶ୍ନକାଳ ବେଳେ ଜାବଡେକର କହିଛନ୍ତି, କୋଭିଡ ୧୯ର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି ଓ ସେ ଦୃଷ୍ଟିରୁ ଆକାଶବାଣୀ ଓ ଏଫ୍‍.ଏମ୍‍. ରେଡିଓ ମଧ୍ୟ ଏହା ଯୋଗୁଁ ପ୍ରଭାବିତ ହୋଇଛି। ସେ କହିଛନ୍ତି, ରେଡିଓ ଜକିମାନେ କୋଭିଡ ସଂକ୍ରମଣ ସମୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି, କୋଭିଡ ସମୟରେ ଯେଉଁ ରେଡିଓ ଜକିମାନେ ଆକାଶବାଣୀ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଖୁବ୍‍ ଶୀଘ୍ର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ବିଷୟ ମନ୍ତ୍ରୀ ଜଣାଇଛନ୍ତି।

Comments are closed.