ସଂପୂର୍ଣ୍ଣ ଖୋଲିଲା ରେଙ୍ଗାଳି ଡ୍ୟାମର ୭ନଂ ଗେଟ୍‍

କଣିହାଁ : ଲଘୁଚାପରେ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ରେଙ୍ଗାଳି ଡ୍ୟାମର ୭ନଂ ଗେଟ ସଂପୂର୍ଣ୍ଣ ଖୋଲିଛି। ରବିବାର ସଂଧ୍ୟା ସୁଦ୍ଧା ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨୯୨୭.୩୪ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ଗେଟ ଓ ପାୱାର ହାଉସ ଦେଇ୨୦୧୬.୧୬ ଘନମିଟର ଜଳ ନିଷ୍କାସିତ ହେଉଛି। ଡ୍ୟାମର ଜଳସ୍ତର ୧୨୧.୯୨ମିଟର ରହିଥିବାବେଳେ ଏହାର ସର୍ବୋଚ୍ଚ ଜଳସ୍ତର ୧୨୩.୫ମିଟର ରହିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନାଙ୍କ ସୁତ୍ରରୁ ପ୍ରକାଶ। ଶନିବାର ରାତିରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଡ୍ୟାମର ସମୁଦାୟ ୨୪ଟି ଗେଟ ମଧ୍ୟରୁ ୭ନଂ ଗେଟକୁ ଆଂଶିକ(ଶତକଡା ୪୦ଭାଗ) ଖୋଲା ଯାଇଥିଲା।

Comments are closed.