ଜୀବନ ଉପରେ ଆଇନ ଗବେଷଣା ଶିଖନ୍ତୁ ଆଇନଜୀବୀ : ପ୍ରଧାନ ବିଚାରପତି

0

କଟକ : ଶିକ୍ଷାର ଅଭ୍ୟାସ ପାଇଁ ବିଦ୍ୟାର୍ଥୀଙ୍କୁ ସକ୍ଷମ କରାଇବା ନିମନ୍ତେ ଆଇନ୍‌ ଶିକ୍ଷା ହେଉଛି ଏକ ଯାତ୍ରା। ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ପ୍ରଦାନକାରୀ ସଂସ୍ଥା ଓ ଲୋକଙ୍କ ମଧ୍ୟରେ ଏକ ସେତୁଭାବେ କାର୍ଯ୍ୟ କରନ୍ତି ଆଇନ୍‌ଜୀବୀ। ଆଇନ୍‌ଜୀବୀମାନେ ସର୍ବଦା ନିଜର ତାର୍କିକ ଧାରା ନିର୍ଦିଷ୍ଟ କରିବା ସହ ସେଥିରୁ ବିଚ୍ୟୁତ ହୁଅନ୍ତୁନାହିଁ। କର୍ମ ତତ୍ପରତା, ତ୍ୟାଗର ସହ ଜୀବନ ଉପରେ ଆଇନ୍‌ ଗବେଷଣା କରିବାକୁ ଆଇନ୍‌ଜୀବୀମାନେ ଶିଖନ୍ତୁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ପରାମର୍ଶ ଦେଇଛନ୍ତି।
ସିଡିଏସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ

ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ (ବାମରୁ) କୁଳପତି ଶ୍ରୀକୃଷ୍ଣ ଦେବାରାଓ, ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣ, ପ୍ରଧାନ ବିଚାରପତି ଦୀପକ ମିଶ୍ର, ଅଷ୍ଟ୍ରେଲିଆ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମାଇକେଲ କିର୍‌​େବ, ବିଶ୍ବବିଦ୍ୟାଳୟର କୁଳସଚିବ ଡଲି ଜାବାଲ

ରେ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ତଥା ବିଶ୍ୱବିଦ୍ୟାଳୟର ପରିଦର୍ଶକ ଜଷ୍ଟିସ୍‌ ଶ୍ରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଅଷ୍ଟ୍ରେଲିଆ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମାଇକେଲ କିର୍ବି ଯୋଗଦେଇ ଭାରତୀୟ ଆଇନ୍‌ ଛାତ୍ରଛାତ୍ରୀମାନେ ମେଧାବୀ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣୁଛନ୍ତି ବୋଲି କହିଥିଲେ। ଭାରତୀୟ ଆଇନ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସେ କହିଥିଲେ, ଆଇନରୁ ଊର୍ଦ୍ଧ୍ବରେ ରହିଛି ଜୀବନ। ଜୀବନକୁ ପ୍ରଥମେ ବୁଝିବା ଦରକାର। ଆଇନ ଗୁରୁତ୍ୱପୂର୍ଣ୍ଣ; ମାତ୍ର ଯେଉଁମାନଙ୍କ ଲାଗି ଏହି ଆଇନ ତିଆରି ହୋଇଛି ସେମାନେ ମଧ୍ୟ ଅନୁରୂପ ଗୁରୁତ୍ୱପୂର୍ଣ୍ଣ। ତେଣୁ ଜନତାଙ୍କ ଆଶ୍ୱସ୍ତି ଓ ଉପଶମ ଲାଗି ଆଇନର ଆବଶ୍ୟକତା ରହିଛି। ଆଇନକୁ ତର୍ଜମା, କାର୍ଯ୍ୟକାରୀ ତଥା ଜନତାଙ୍କୁ ନ୍ୟାୟପ୍ରଦାନ କରୁଥିବା ଆଇନ ପରସର ଭିତରେ ଥିବା ସମସ୍ତ ବ୍ୟକ୍ତିବିଶେଷ ଏହା ବୁଝିବା ଦରକାର। ନିଷ୍ଠାର ସହ ଆଇନଗତ ପେଶା ଭିତରେ ଏକ ସମର୍ପିତ ଭାବ ରହିବା ଜରୁରୀ ବୋଲି ମୁଖ୍ୟ ଅତିଥି ଶ୍ରୀ କିର୍ବି ଏହି ଅବସରରେ ଆକାଂକ୍ଷୀ ଆଇନଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଷ୍ଟିସ୍‌ କିର୍ବିଙ୍କୁ ଡକ୍ଟର ଅଫ୍‌ ଲ’ଜ୍‌ (ଏଲ୍‌ଏଲ୍‌ଡି) ପ୍ରଦାନ କରାଯାଇଥିଲା।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତିି ଜଷ୍ଟିସ ବିନୀତ ଶରନ କୃତୀ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ବୃତ୍ତିଗତ ଜୀବନରେ ଆଇନ୍‌ ଛାତ୍ରଛାତ୍ରୀମାନେ ନିଜର ଅଙ୍ଗୀକାରବଦ୍ଧତା ନିଭାଇବାକୁ ଜଷ୍ଟିସ ସରଣ ପରାମର୍ଶ ଦେଇଥିଲେ। ଏହି ଅବସରରେ ୧୬୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏଲ୍‌ଏଲ୍‌ଏମ୍‌ ୪୯ ଜଣ ଏବଂ ବିଏଏଲଏଲବି ଓ ବିବିଏଏଲଏଲବିରୁ ୧୧୮ ଜଣ ଛାତ୍ରଛାତ୍ରୀ ଥିଲେ। ଚଳିତ ବର୍ଷ ୧୮ଟି ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା। ସେଥିରୁ ୬ଟି ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଓ ଆଇନ ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ୧୨ଟି ପ୍ରଦାନ କରାଯାଇଥିଲା। ଛାତ୍ରୀ ମେଘମାଳା ମୁଖାର୍ଜୀଙ୍କୁ ସର୍ବାଧିକ ୭ଟି ଓ ଦୀୟା ଦାସଗୁପ୍ତାଙ୍କୁ ତିନିଟି ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା। ବିଏଏଲଏଲବିରେ ଶୋଭିତ ଆହୁଜାଙ୍କୁ ଗୋଟିଏ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସାମଗ୍ରିକ ସଫଳତା ପାଇଁ ବିଶେଷ ମେହରୋତ୍ରା, ଏସ୍‌.ବିବେକ ଓ ଶ୍ରେୟା ସିଂଘଲଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଇଥିଲା। ବିଶ୍ୱବିଦ୍ୟାଳୟ ପ୍ରଫେସର ଶ୍ରୀକୃଷ୍ଣ ଦେବରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଲ’ ଜର୍ଣ୍ଣାଲ, ମାନବିକ ଅଧିକାର ଲ’ ଜର୍ଣ୍ଣାଲ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଜର୍ଣ୍ଣାଲ ଏହି ଅବସରରେ ଉନ୍ମୋଚିତ ହୋଇଥିଲା।
ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଡଲି ଜାବାଲ୍‌, ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply