୧୦୧ ଦିନର ଆନ୍ଦୋଳନ ଆସନ୍ତା ୯ ଯାଏଁ ସ୍ଥଗିତ

ରେଙ୍ଗାଲି : ଏନ୍ଏଲସି କମ୍ପାନୀର ତଲାବିରା କୋଇଲା ଖଣିରେ ଅଗଷ୍ଟ ୧୦ ତାରିଖରୁ ସ୍ଥାୟୀ ନିଯୁକ୍ତି ଦାବିରେ ଚାଲୁ ଥିବା ଅନଶନ ରେ ବିରାମ ଲାଗିଛି । ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ ଉପସ୍ଥିତିରେ ତ୍ରି-ପାକ୍ଷୀକ ବୈଠକରେ ସ୍ଥାୟୀ ନୀଯୁକ୍ତିର ଲିଖିତ ପ୍ରତିଶୃତି ଦେବାପରେ କର୍ମଜୀବୀ ଏକତା ସଂଗଠନ ତରଫରୁ ଅନଶନକୁ ଆଗାମୀ ୨୧ ଦିନ ପାଇଁ ସ୍ଥଗିତ ରଖାଯାଇଛି । ଆଜି ସକାଳ ୧୦ ଟାରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଜଟିଆପିପଲ ଠାରେ ଥିବା ଅନଶନ ସ୍ଥାନ କୁ ଯାଇ ସାଂସଦ ପ୍ରତିନିଧୀ  ଯୁଗଲ କିଶୋର ଅଗ୍ରୱାଲ ଓ ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜାଙ୍କ ଉପସ୍ଥିତିରେ ୧୦୧ ତମ ଦିନର ପ୍ରଥମ ପ୍ରର୍ଯ୍ୟାୟରେ ଭାଗ ନେଇଥିବା ଅନଶନକାରୀ କୁମାରୀ ଜ୍ୟୋଷ୍ନା ଦୀପଙ୍କୁ ବିଧାୟକ ଶ୍ରୀ ନାଏକ ଫଳ ରସ ପିଆଇ ଅନଶନକୁ ସ୍ଥଗିତ କରାଇଥିଲେ । ଆଗାମୀ ୨୧ ଦିନ ମଧ୍ୟରେ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ ନ କଲେ ସେ ନିଜେ ପୁଣିଥରେ ସେହି ଅଖଣ୍ତ ଦିପକୁ ପ୍ରଜ୍ୱଳନ କରି ଆନ୍ଦୋଳନର ନେତୃତ୍ବ ନେବାକୁ ସମସ୍ତ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।  ନିଯୁକ୍ତି  ତଥା ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ କମ୍ପାନୀକୁ ଅସହଯୋଗ ଆନ୍ଦୋଳନ ଜାରି ରହିବ ବୋଲି କର୍ମଜୀବୀ ଏକତା ସଂଗଠନର ଆବାହକ ଶ୍ରୀ ହେମନ୍ତ କୁମାର ପାଣ୍ତେ ଆହ୍ବାନ ଦେଇଥିଲେ ।

Comments are closed.