ବାବା ନିତ୍ୟାନନ୍ଦ ଜାରି କଲେ ନିଜସ୍ବ ନୋଟ; ଆରମ୍ଭ ହେଲା ରିଜର୍ଭ ବ୍ୟାଙ୍କ ଅଫ୍ କୈଳାସା

 ଚେନ୍ନାଇ: ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଓ ଫେରାର ବାବା ନିତ୍ୟାନନ୍ଦ ନିଜ ଦ୍ବୀପ ଦେଶ ‘କୈଳାସା’ର ନୂତନ ମୁଦ୍ରା ଓ ନୋଟ୍ ଜାରି କରିଛନ୍ତି । ଏହା ସହ ଦେଶର ଜାତୀୟ ବ୍ୟାଙ୍କ ମଧ୍ୟ ସ୍ଥାପନ କରିଛନ୍ତି, ଯାହାର ନାମ ରହିଛି ରିଜର୍ଭ ବ୍ୟାଙ୍କ ଅଫ କୈଳାସା। ଏହି ବ୍ୟାଙ୍କ ନିତ୍ୟାନନ୍ଦଙ୍କ ସ୍ବଘୋଷିତ ରାଷ୍ଟ୍ରରେ ସ୍ଥାପନ ହୋଇଛି । ଏକ ଅନଲାଇନ୍ ଭିଡ଼ିଓରେ ବାବା ନିତ୍ୟାନନ୍ଦ ଏହି ମୁଦ୍ରା ଆସନ୍ତା ୨୨ ତାରିଖରେ ବିଧିବଦ୍ଧ ପ୍ରଚଳନ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଏହା ସହ ଏହି ମୁଦ୍ରା କାରବାର ନିମନ୍ତେ ଏକ ଦେଶ ସହ ବୁଝାମଣା ହୋଇଥିବା ସେ କହିଛନ୍ତି, କିନ୍ତୁ ସେହି ଦେଶର ନାଁ ସ୍ପଷ୍ଟ କରିନାହାନ୍ତି ।

ବାବା ନିତ୍ୟାନନ୍ଦଙ୍କର ଗତବର୍ଷ ନିଜର ଦେଶ କୈଳାସା ପ୍ରଶାନ୍ତ ମହାସାଗର ମଧ୍ୟସ୍ଥ ଏକ ଦ୍ବୀପରେ ସ୍ଥାପନ କରିଥିଲେ। ମାତ୍ର ଏହି ଦେଶ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । କୈଳାସା ୱେବସାଇଟ୍ ଅନୁସାରେ ଏହି ଦେଶରେ ସାରା ବିଶ୍ଵର ହିନ୍ଦୁମାନଙ୍କ ପାଇଁ ହେବ ଯେଉଁମାନେ ନିଜନିଜ ଦେଶରୁ ବହିଷ୍କୃତ ହୋଇଛନ୍ତି ।

ଯୁବତୀମାନଙ୍କ ଅପହରଣ ଓ ବଳାତ୍କାର ଅଭିଯୋଗରେ ବାବା ନିତ୍ୟାନନ୍ଦ ଅଭିଯୁକ୍ତ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ଆଶ୍ରମର ଶାଖା ଥିଲା । ଅହମ୍ମଦାବାଦ ଆଶ୍ରମର କିଛି ଯୁବତୀ ନିଖୋଜ ହେବା ପରେ ନିତ୍ୟାନନ୍ଦଙ୍କ ଉପରେ ସନ୍ଦେହ ହୋଇଥିଲା ଏବଂ କର୍ଣ୍ଣାଟକର ଏକ ପରିବାର ନିତ୍ୟାନନ୍ଦଙ୍କ ଉପରେ ତାଙ୍କ ଝିଅକୁ ଅପହରଣ ଅଭିଯୋଗ କରିବା ପରେ ଏ ସଂକ୍ରାନ୍ତରେ ଆହୁରି ବହୁ ଅଭିଯୋଗ ଆସିିଥିଲା । ଏ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା, ମାତ୍ର ଗତବର୍ଷ ଅକ୍ଟୋବର ମାସରେ ନିତ୍ୟାନନ୍ଦ ଓ ତାଙ୍କର ଦୁଇ ଭଉଣୀ ଫେରାର ହୋଇ ଯାଇଥିଲେ ।

Comments are closed.