ନୀତିଶକୁମାରଙ୍କ ନେତୃତ୍ଵରେ ବିହାର ନିର୍ବାଚନ ଲଢ଼ିବ ଏନଡ଼ିଏ: ବିଜେପି

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ଏହି ସ୍ଥିତିରେ ଶନିବାର ବିଜେପି ଓ ଜେଡ଼ିୟୁ ଶୀର୍ଷ ନେତାଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ ହୋଇଛି ବୈଠକ । ଏଥିରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି ନଡ଼୍ଡ଼ା, ବିହାର ମୁଖ୍ୟମନ୍ତ୍ରୀ ନୀତିଶକୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଜେଡ଼ିୟୁ ସାଂସଦ ଲଲନ ସିଂହ, ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲ ଯୋଗ ଦେଇଥିଲେ । ୫୫ ମିନିଟ ଧରି ଚାଲିଥିବା ବୈଠକରେ ଆସନ ବୁଝାମଣା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ପରେ ବିଜେପି ସଭାପତି ଶ୍ରୀ ନଡ଼୍ଡ଼ା ବିହାରରେ ଏନଡ଼ିଏ ଅଂଶୀଦାର ବିଜେପି, ଜେଡ଼ିୟୁ ଓ ଏଲଜେପି ନୀତିଶକୁମାରଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ।

 

Comments are closed.