ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା: ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଏବେ ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଫଗୁ ଚୌହ୍ବାନଙ୍କୁ ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏଥିସହ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତିଶ। ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ୧୬୦ ବିଧାୟକଙ୍କ ସମର୍ଥନ ରହିଛି।

ଇସ୍ତଫା ଦେବା ପରେ ନୀତିଶ କୁମାର କହିଛନ୍ତି ଯେ, ସମସ୍ତେ ଚାହୁଁଥିଲେ ଯେ ବିଜେପିଠାରୁ ଅଲଗା ହୋଇଯିବା ଦରକାର। ବିଧାୟକ ଓ ସାଂସଦମାନଙ୍କ ସହମତି ପରେ ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

 

Comments are closed.