ଦ୍ବିତୀୟ ଥର ପାଇଁ ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ହେଲେ ନୀତିଶ କୁମାର

ନୂଆଦିଲ୍ଲୀ: ନୀତିଶ କୁମାର ଦ୍ବିତୀୟ ଥର ପାଇଁ ଜନତା ୟୁନାଇଟେଡର ଦଳ ଅଧ୍ୟକ୍ଷ ହୋଇଛନ୍ତି। ନୂଆଦିଲ୍ଲୀରେ ଜନତା ଦଳ ୟୁନାଇଟେଡର ବୈଠକରେ ନୀତିଶଙ୍କୁ ଦ୍ବିତୀୟ ଥର ପାଇଁ ଦଳର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହି ବୈଠକରେ ସାରାଦେଶରୁ ଆସିଥିବା ଜନତା ଦଳ ୟୁନାଇଟେଡର ପ୍ରତିନିଧି ଉପସ୍ଥିତ ରହିଥିଲେ। ନୀତିଶ କୁମାର ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ପଦରେ ୨୦୨୨ ମହିହା ଯାଏଁ ରହିବେ। ୨୦୧୬ରେ ନୀତିଶ କୁମାର ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ୨୦୧୬ରେ ଶରଦ ଯାଦବ ଜନତା ୟୁନାଇଟେଡ ଦଳର ଅଧ୍ୟକ୍ଷ ପଦରୁ ହଟିବା ପରେ ତାଙ୍କ ସ୍ଥାନରେ ନୀତିଶ କୁମାର ଜନତା ଦଳୟୁନାଇଟେଡର ଅଧ୍ୟକ୍ଷ ହୋଇଥିଲେ।

Comments are closed.