ସପ୍ତମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନିତୀଶ କୁମାର; ଯୋଗ ଦେଲେ ଶାହା ଓ ନଡ଼୍ଡ଼ା

ପାଟନା : ବିହାର ମୁଖ୍ୟମନ୍ତ୍ରୀ ଭାବେ ନିତୀଶ କୁମାର ଆଜି ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଫଗୁ ଚୌହାନ୍‍  ନୀତିଶ କୁମାରଙ୍କୁ ରାଜଭବନରେ ଆୟୋଜିତ ସ୍ଵତନ୍ତ୍ର ଶପଥ ସମାରୋହରେ ପଦ ଓ ଗୋପନୀୟତାର ସପଥ ପାଠ କରାଇଛନ୍ତି। ତେବେ ନୀତୀଶ କୁମାରଙ୍କ ଟିମ୍‌ରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଜଣେ ତାରକିଶୋର ପ୍ରସାଦ ଓ ଆଉ ଜଣେ ରେଣୁ ଦେବୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୭ମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ଏହି ପଦର ଦାୟିତ୍ୱ ନେଇଛନ୍ତି।

Comments are closed.