ମୁଜାଫରପୁର ପ୍ରସଙ୍ଗରେ ବିରୋଧୀଙ୍କୁ ନୀତୀଶଙ୍କ ଜବାବ

0

ପାଟନା : ବିହାର ମୁଜାଫରପୁର ଜିଲାର ଆଶ୍ରୟସ୍ଥଳରେ ବଳାତ୍କାର ଘଟଣାକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ବିରୋଧୀ ଦଳଗୁଡିକ ପକ୍ଷରୁ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରବିବାର ନୀତୀଶ କହିଛନ୍ତି ଯେ ତାଙ୍କ ସରକାରର ଗୋଟିଏ ନକାରାତ୍ମକ କାର୍ଯ୍ୟ ପରିବର୍ତ୍ତେ ସକାରାତ୍ମକ କାର୍ଯ୍ୟକୁ ବିରୋଧୀ ଦଳଗୁଡିକ ଗୁରୁତ୍ୱ ଦେବା ଦରକାର। ସେ କହିଛନ୍ତି ଯେ ଦୋଷୀଙ୍କୁ ଦଣ୍ଡ ଦିଆଯିବ। ଯେଉଁମାନେ ଦୋଷୀଙ୍କୁ ସୁରକ୍ଷା ଦେବେ ସେମାନଙ୍କୁ ମଧ୍ୟ ଦଣ୍ଡିତ କରାଯିବ। ଏହି ଘଟଣାରେ ଜଡିତ କୌଣସି ବ୍ୟକ୍ତିଙ୍କୁ ଛାଡ ମିଳିବନି। ମୁଜାଫରପୁର ଯୌନ ନିର୍ଯାତନାକୁ ନେଇ ବିହାର ସରକାର ସମାଲୋଚନାର ଶରବ୍ୟ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ବାଳିକାମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କନ୍ୟା ଉତ୍ଥାନ ଯୋଜନା’ ନାମରେ ଆରମ୍ଭ ହୋଇଥିବା ନୂଆ ଯୋଜନାରେ ବାଳିକାମାନଙ୍କୁ ଜନ୍ମ ଠାରୁ ସ୍ନାତକ ଡିଗ୍ରୀ ମଧ୍ୟରେ ୫୪, ୧୦୦ଟଙ୍କା ଯୋଗାଇ ଦିଆଯିବ। ସେହିପରି ସ୍କୁଲ ଯାଉଥିବା ବାଳିକାଙ୍କୁ ଦିଆଯାଉଥିବା ସାଇକଲ ବାବଦ ଅର୍ଥ ପରିମାଣ ୨୫୦୦ଟଙ୍କାର ୩୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କିଶୋରୀ ସ୍ୱାସ୍ଥ୍ୟ ଯୋଜନାରେ ଦିଆଯାଉଥିବା ଅର୍ଥ ପରିମାଣ ୧୫୦ଟଙ୍କାରୁ ୩୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

Leave A Reply