ବିହାର ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ବଡ ଘୋଷଣା, ଶିକ୍ଷକଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି

ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ଶିକ୍ଷକଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୀତିଶ କହିଛନ୍ତି ଯେ  ବିହାର ଶିକ୍ଷା ବିଭାଗ ପଞ୍ଚାୟତ ରାଜ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଶିକ୍ଷକ ଏବଂ ଲାଇବ୍ରେରୀମାନଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି କରାଯିବ। ତେବେ, ଶିକ୍ଷକମାନଙ୍କ ଦରମାର ୧୫ ପ୍ରତିଶତ ବୃଦ୍ଧି ଏପ୍ରିଲ୍ ୨୦୨୧ ରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ପ୍ରଯୁଜ୍ୟ ହେବ ।

 

Comments are closed.