କାରକୁ ପଛପଟୁ ଧକ୍କାଦେଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ

ଦେବଗଡ଼: କାର୍‌କୁ ପଛପଟୁ ଧକ୍କାଦେଲା ମାଲ ବୋଝେଇ ଟ୍ରକ୍‌। କାର୍‌ରେ ଥିଲେ ସମ୍ବଲପୁର ସାଂସଦ ନିଦେଶ ଗଙ୍ଗଦେବ। ଏହି ଦୁର୍ଘଟଣାରେ ସାଂସଦ ନିଦେଶ ଗଙ୍ଗଦେବ ଅଳ୍ପେକ ବର୍ତ୍ତି ଯାଇଥିବାବେଳେ ତାଙ୍କର କାର୍‌ଟି ପଛପଟୁ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।
ଗତକାଲି ରାତ୍ରୀରେ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବଙ୍କ କାର ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ଘଟିନାହିଁ । ଏଥିରେ କାରର ପଛପାଖ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ଗତକାଲି ସମ୍ବଲପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡ୍ରାଇଭର ଓ ପିଏସ୍ଓଙ୍କ ସହ ନିଜର ଫର୍ଚୁନର କାର (ଓଡି୦୨ ୟୁ୨୩୨୩) ଯୋଗେ ଦେବଗଡ ଫେରୁଥିଲେ। ରାତ୍ରୀ ପ୍ରାୟ ୧୦ ଟା ସମୟରେ କୁରଡ ଗ୍ରାମରେ ପହଞ୍ଚିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ(ଏଚ୍ଆର୫୫ ଏସି୮୧୦୬)ପଛପଟୁ ଧକ୍କାଦେଇଥିଲା। ଫଳରେ କାର୍ ପଛପାଖ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ସୌଭଭାଗ୍ୟ ବସତଃ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥରରେ କେହି ଆହତ ହୋଇନଥିଲେ। ଦୁର୍ଘଟଣା ପରେ ଉକ୍ତ ଗ୍ରାମର କେତେକ ଗ୍ରାମବାସୀ ସମ୍ପୃକ୍ତ ଟ୍ରକର ଡ୍ରାଇଭରକୁ କାବୁକରି ଅଟକ ରଖିଥିଲେ ଓ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଉକ୍ତ ଟ୍ରକ ଡ୍ରାଇଭର ଓ ଟ୍ରକକୁ ଥାନାକୁ ନେଇଥିଲା।

Comments are closed.