ମୁଜାଫରପୁର ଘଟଣା ଲଜ୍ଜାଜନକ : ନୀତୀଶ

0

ପାଟନା: ମୁଜାଫରପୁର ସ୍ଥିତ ସରକାରୀ ଆଶ୍ରୟସ୍ଥଳରେ ୩୦ ଅନ୍ତେବାସୀଙ୍କୁ ଅମାନବୀୟ ନିର୍ଯାତନା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଘଟଣାକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଶ୍ରୀକୁମାର କହିଛନ୍ତି ଯେ ଯାହା ଘଟି ଯାଇଛି ତାହା ନିହାତି ଲଜ୍ଜାଜନକ। ଏହା ଏକ ଅକ୍ଷମଣୀୟ ପାପ। ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ଉଚିତ ଶିକ୍ଷା ଦିଆଯିବ। କୌଣସି ପରିସ୍ଥିତିରେ ମଧ୍ୟ ବୁଝାମଣା କରାଯିବ ନାହିଁ।
ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନୀତୀଶ କୁମାର ସେ ବିଷୟରେ କିଛି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ। ତାଙ୍କର ନିରବତା କାରଣରୁ ବିରୋଧୀ ଦଳ ମୁଖ୍ୟତଃ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ କଡ଼ା ସମାଲୋଚନାରେ ସମ୍ମୁଖୀନ ହେଉଥିଲେ।
ଉକ୍ତ ବଙ୍ଗଳାର ମାଲିକ ବ୍ରଜେଶ ଠାକୁରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

Leave A Reply