ନୀତି ଆୟୋଗ ଅଧିକାରୀ କରୋନା ସଂକ୍ରମିତ, କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ: ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏହା ପରେ ନୂଆଦିଲ୍ଲୀସ୍ଥିତ ନୀତି ଆୟୋଗଙ୍କ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି। ଦୁଇଦିନ ପାଇଁ ଏହି କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ଆବଶ୍ୟକ ପ୍ରୋଟୋକଲ ପାଳନ କରାଯାଉଥିବା ନୀତି ଆୟୋଗ ଉପ ସଚିବ(ପ୍ରଶାସନ) ଅଜିତ କୁମାର କହିଛନ୍ତି।

Comments are closed.