ବିଜେପିରେ ଯୋଗଦେଲେ ନିତେଶ ରାଣେ

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ ଗୁରୁବାର ବିଜେପିରେ ଯୋଗଦେଇଛନ୍ତି। ଆସନ୍ତା ୨୧ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ନିତେଶଙ୍କ ଏହି ପଦକ୍ଷେପ ରାଜ୍ୟ ରାଜନୀତିକୁ ସରଗରମ କରିଛି। ନିତେଶଙ୍କ ବାପା ନାରାୟଣ ମହାରାଷ୍ଟ୍ର ସ୍ବାଭିମାନ ପକ୍ଷ ଦଳ ଗଠନ କରିଥିଲେ। ୨୦୧୮ରେ ସେ ବିଜେପିକୁ ସମର୍ଥନ କରିଥିଲେ। ସେହିବର୍ଷ ସେ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ନାରାୟଣ ଶିବସେନାର ସଦସ୍ୟ ଥିଲେ। ପରେ ସେ କଂଗ୍ରେସରେ ଯୋଗଦେଇଥିଲେ। ୨୦୧୭ରେ ସେ କଂଗ୍ରେସ ତ୍ୟାଗ କରି ମହାରାଷ୍ଟ୍ର ସ୍ବାଭିମାନ ପକ୍ଷ ଦଳ ଗଠନ କରିଥିଲେ।

Comments are closed.