ଆମେରିକାର ପ୍ରତିଷ୍ଠିତ ଟାଉନ ଆଣ୍ଡ କଣ୍ଟ୍ରି ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଶୀର୍ଷ ପରୋପକାରୀ ବ୍ୟକ୍ତିତ୍ୱ ତାଲିକାରେ ନୀତା ଅମ୍ବାନୀ

ମୁମ୍ବଇ: ବିଶ୍ୱରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଲୋକମାନଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟୋଜିତ ଥିବା ନୀତା ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନକୁ ଆମେରିକାର ପ୍ରତିଷ୍ଠିତ ପତ୍ରିକା ଟାଉନ ଆଣ୍ଡ କଣ୍ଟ୍ରି ପକ୍ଷରୁ ୨୦୨୦ ବର୍ଷର ଶ୍ରେଷ୍ଠ ପରୋପକାରୀ (ଫିଲାନଥ୍ରୋପିଷ୍ଟ) ତାଲିକାରେ ସାମିଲ କରାଯାଇଛି । ଏଥିରେ ନୀତା ଅମ୍ବାନି ଓ ରିଲାଏନ୍‌ସ ଫାଉଣ୍ଡେସନ ପକ୍ଷରୁ ଆଗ ଧାଡିର କରୋନା ଯୋଦ୍ଧା ଏବଂ ଗରିବ ତଥା ଅସହାୟ ଲୋକଙ୍କୁ ଭୋଜନ ପ୍ରଦାନ, ରିଲିଫ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଓ ଭାରତର ପ୍ରଥମ କୋଭିଡ ୧୯ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ ପାଇଁ ପ୍ରଶଂସା କରାଯାଇଛି । ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଶ୍ରୀମତୀ ଅମ୍ବାନୀ ସ୍ଥାନ ପାଇଛନ୍ତି । ଏଥିରେ ସ୍ଥାନ ପାଇଥିବା ବିଶ୍ୱର ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ଟିମ୍ କୁକ୍‌, ଅପ୍ରା ୱିନଫ୍ରେ, ଲରେନ ପାୱେଲ ଜବସ୍‌, ଲରଙ୍ଗ ଫ୍ୟାମିଲି, ଡୋନା ଟେଲା ଭର୍ସେସ୍‌, ମାଇକେଲ ବ୍ଲୁମବର୍ଗ, ଲିଓନାଡୋ ଡିକାପ୍ରିଓ ଇତ୍ୟାଦି ।

ଶ୍ରୀମତୀ ଅମ୍ବାନି ଓ ରିଲାଏନ୍ସ ଫାଉଣ୍ଡେସନର କାର୍ୟ୍ୟ ସମ୍ପର୍କରେ ଉଲ୍ଲେଖ କରି ପତ୍ରିକା ପକ୍ଷରୁ କୁହାଯାଇଛି ଯେ, ନିତା ଅମ୍ବାନୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଦାତବ୍ୟ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କୋଟି କୋଟି ଲୋକଙ୍କୁ ଭୋଜନ ବଣ୍ଟନ, ଆଗ ଧାଡିର କରୋନା ଯୋଦ୍ଧା ଓ ଗରିବ ଲୋକଙ୍କୁ ମାସ୍କ ବଣ୍ଟନ, ଭାରତର ପ୍ରଥମ କୋଭିଡ୧୯ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ ଏବଂ ବିଭିନ୍ନ ଜରୁରୀକାଳୀନ ପାଣ୍ଠିକୁ ୭୨ ନିୟୁତ ଡଲାରରୁ ଅଧିକ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଅମ୍ବାନୀ କହିଛନ୍ତି ‘‘ସଙ୍କଟ ସମୟରେ ସବୁ ବେଳେ ତତକାଳ ଧ୍ୟାନ ଦେବାର ଆବଶ୍ୟକତା ରହିଥାଏ ଏବଂ ତତକାଳ ସହାୟତା, ସମ୍ବଳ, ସରଳତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଉଦାରତାର ଆବଶ୍ୟକତା ରହିଥାଏ । ଦୀର୍ଘ ବର୍ଷ ଧରି ରିଲାଏନ୍ସ ଫାଉଣ୍ଡେସନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆମେ ସଙ୍କଟ ସମୟରେ ତତକାଳ ବହୁବିଧ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଆସିଛୁ । ବିଶ୍ୱସ୍ତରରେ ଆମର କାର୍ୟ୍ୟ ଓ ପଦ କ୍ଷେପକୁ ସ୍ୱୀକୃତି ମିଳିଥିବାରୁ ଆମେ ବେଶ୍ ଆନନ୍ଦିତ ଓ କୃତଜ୍ଞ । ଯେତେବେଳେ ଆବଶ୍ୟକତା ପଡିବ ସରକାର ଓ ସମାଜକୁ ସହାୟତା କରିବା ପାଇଁ ଆମେ ପ୍ରତିବଦ୍ଧ । ’’

ସୂଚନା ଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରେ ମୁମ୍ବାଇରେ ୧୦୦ ଶଯ୍ୟା ବିଶିଷ୍ଟ ଭାରତର ପ୍ରଥମ କୋଭିଡ ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ ଏବଂ ପରବର୍ତ୍ତୀ ସମୟରେ ଏହାକୁ ୨୨୦ ଶଯ୍ୟାକୁ ସଂପ୍ରସାରଣ, ଦେଶବ୍ୟାପୀ ଅନ୍ନ ସେବା ଜରିଆରେ ୫ କୋଟିରୁ ଅଧିକ ଭୋଜନ ବଣ୍ଟନ, ଜରୁରୀକାଳୀନ ବାହାନଗୁଡିକୁ ମାଗଣା ଇନ୍ଧନ ଯୋଗାଣ, ଗ୍ରାମୀଣ ଅଂଚଳରେ ସହାୟତା, ପଶୁପକ୍ଷୀ ଓ ଗୃହପାଳିତ ପଶୁଙ୍କୁ ଖାଦ୍ୟ ପ୍ରଦାନ ଇତ୍ୟାଦି ରହିଥିଲା । ଏଥି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶରେ ମାସ୍କ ଓ ପିପିଇ ପ୍ରସ୍ତୁତିରେ ଉଲ୍ଲେଖନୀୟ ଯୋଗଦାନ ସହିତ ଏ ଦିଗରେ ଭାରତକୁ ଆତ୍ମନିର୍ଭର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା

Comments are closed.