ଝିଅକୁ ବୋହୂ ବେଶରେ ଦେଖି ଭାବପ୍ରବଣ ହେଲେ ନିତା ଅମ୍ବାନୀ

0

ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଓ ନୀତା ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ ଉତ୍ସବ ବୁଧବାର ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ପିରାମଲ ଶିଳ୍ପ ଗୋଷ୍ଠୀର ଆନନ୍ଦ ପିରାମଲଙ୍କ ସହିତ ଇଶା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବୁଧବାର ବଧୂବେଶରେ  ରାଣୀ ଭଳି ଲାଗୁଥିଲେ ଇଶା। ଆଉ ବରବେଶରେ ରାଜକୁମାର ଭଳି ଲାଗୁଥିଲେ ଆନନ୍ଦ ପୀରାମଲ୍। ତେବେ ଉଭୟ ଉଭୟଙ୍କୁ ହାତ ଯୋଡ଼ି ନମଷ୍କାର କରୁଥିବାର ଦୃଶ୍ୟ ଖୁବ୍‌ ନିଆରା ଥିଲା। ଭାରତୀୟ ପରମ୍ପରା ଓ ସଂସ୍କୃତିର ଝଲକ ବାରି ହେଉଥିବା ଦୁହିଙ୍କର ଏହି ଯୋଡ଼ ହସ୍ତ ମୁଦ୍ରାକୁ ଦେଖି ନିତା ଅମ୍ବାନୀ ଭାବପ୍ରବଣ ହୋଇପଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ ସମେତ କ୍ରୀଡ଼ା, ରାଜନୀତି ଓ ସାମାଜିକ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ବିବାହରେ ଅତିଥିଙ୍କ ସଂଖ୍ୟା ପ୍ରାୟ ୬୦୦ ଥିବା ଜଣାପଡ଼ିଛି।

Leave A Reply