ବୈଷୟିକ ଶିକ୍ଷା ପ୍ରଦାନ ରେ ଶିକ୍ଷାନୁଷ୍ଠାନ ର ଅବଦାନ ଅତୁଳନୀୟ:ମୁଖ୍ୟମନ୍ତ୍ରୀ

 ନିଷ୍ଟ ସ୍ଵୟଂଶାସିତ ବୈଷୟିକ ଶିକ୍ଷା ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ

ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ପାଲୁରହିଲ ଠାରେ ଥିବା ନିଷ୍ଟ ସ୍ଵୟଂଶାସିତ ବୈଷୟିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ୨୫ ତମ ବାର୍ଷିକ ଉତ୍ସବ ତଥା ସିଲଭର ଜୁବଲି ବର୍ଷ ଆଜି ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ତିନିଦିନ ଧରି ପାଳିତ ହେବାକୁ ଥିବା ସିଲଭର ଜୁବଲି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତୀୟ ବିଜ୍ଞାନ ଓ ବୈଷୟିକ ପ୍ରତିଷ୍ଠାନ (ନିଷ୍ଟ) ରାଜ୍ୟର ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ରୌପ୍ୟ ଜୟନ୍ତୀ ପାଳନ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଗତ ୨୫ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ଆଇଆଇଟି ଖଡ଼ଗପୁର ପରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।ଜ୍ଝ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଆମ ଦେଶର ଉଚ୍ଚଶିକ୍ଷାର ଇକୋସିଷ୍ଟମରେ ଆମ ପ୍ରତିଭାକୁ ଏକ ଉତ୍ତମ ପରିବେଶରେ ବଢିବା ପାଇଁ ପରିବର୍ତ୍ତନ କରାଯିବାର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହ ବିଦ୍ୟାର୍ଥୀ ମାନେ ନିଯୁକ୍ତି ଭିତ୍ତିକ କୈଶଳ ପାଇବାସହ ଅନୁସନ୍ଧାନ ଏବଂ ବିକାଶ ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ଫାଉଣ୍ଡର ଟ୍ରଷ୍ଟି ଡ଼ ସୁକାନ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିବା ଓଡିଶା ପାଇଁ କିଛି କରିବା ନିମନ୍ତେ ଆମେରିକାରେ ରହି ଚାକିରୀ କରୁଥିଲେ ମଧ୍ୟ ବ୍ରହ୍ମପୁର ରେ ଗତ ୧୯୯୬ ମସିହାରେ ଏନ ଆର ଆଇ ଉଦ୍ୟମ ରେ ୨୫ ବର୍ଷ ତଳେ ଏହି ଅନୁଷ୍ଠାନ ର ଆରମ୍ଭ କରାଯାଇଥିଲା।ଏହା ମଧ୍ୟରେ ୨୫ ବର୍ଷ ମଧ୍ୟରେ ଅନୁଷ୍ଠାନ ବହୁ ଉତ୍ଥାନ ପତନ ଦେଇ ଆଗକୁ ବଢି ଚାଲିଥିବା ବେଳେ ଆଗାମୀ ଦିନରେ ଏହାକୁ ବିଶ୍ବବିଦ୍ୟାଳୟ ର ମାନ୍ୟତା ଦେବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ମତପୋଷଣ କରିଥିଲେ ‌‌।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ପଛୁଆ ଜିଲ୍ଲା ଭାବେ ପରିଚିତ ଥିବା ଦକ୍ଷିଣ ଓଡିଶାରେ ୨୫ ବର୍ଷ ତଳେ ସ୍ଥାନୀୟ ଏବଂ ବାହାରର ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ନିମନ୍ତେ ଆରମ୍ଭ କରାଯାଇଥିବା ଅନୁଷ୍ଠାନ ଦେଖୁ ଦେଖୁ ନିଜର ୨୫ ବର୍ଷ ମଧ୍ୟରେ ବହୁ ଘାତ ପ୍ରତିଘାତ ସହି ଥିଲେ ମଧ୍ୟ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷାଦାନ ପ୍ରଦାନ ସହ କ୍ୟାମ୍ପସ ନିଯୁକ୍ତି ପ୍ରଦାନ ରେ ସବୁବେଳେ ଆଗରେ ରହି ଆସିଛି। ଏଣୁ ଆଗାମୀ ଦିନରେ ଏହି ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି ରେ ସେମାନଙ୍କ ସାମିଲ ରହିବ ବୋଲି କହିଥିଲେ। ଅନ୍ୟ ତମ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଅନୁଷ୍ଠାନ ପରିଚାଳନା ଟ୍ରଷ୍ଟ ସଭ୍ୟ ବିମଳ‌ ମିଶ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇଜର ର ନିର୍ଦ୍ଦେଶକ କେ ଭି ଚାରି, ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ଲକ୍ଷ୍ମିକାନ୍ତ ତ୍ରିପାଠୀ,ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ର ଅଧକ୍ଷ ଡ଼ ରଞ୍ଜନ କୁମାର ସ୍ବାଇଁ ପ୍ରମୁଖ ସାମିଲ ରହିଥିଲେ।

ସଭାକାର୍ୟ୍ୟ ପରେ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କରାଯିବା ସହ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଗବେଷଣାତ୍ମକ ଓ ଷ୍ଟାର୍ଟ ଅପ ପ୍ରୋଜେକ୍ଟ ଗୁଡିକୁ ଅତିଥି ମାନେ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ। ଅପରାହ୍ନ ରେ ଅନୁଷ୍ଠିତ ଉଦୟମାନ ପ୍ରଯୁକ୍ତିବିଦ୍ୟା ଶୀର୍ଷକ ଆଲୋଚନାଚକ୍ର ରେ ସି ଆଇ ଏସ ଆର ବୈଜ୍ଞାନିକ ଡଃ ଅଜିତ ପାଣିଗ୍ରାହୀ, ନାଭାଲ ମ୍ୟାଟେରିଆଲ ରିସର୍ଚ୍ଚ ଲାବୋରେଟୋରୀ ର ଡ଼ ମନୋରଞ୍ଜନ ପତି ଏବଂ ଆମେରିକାର ଜୋନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଡ. ଆଶୁତୋଷ ଦତ୍ତ ପ୍ରମୁଖ ସାମିଲ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥି ସହ ଆୟୋଜିତ ପ୍ୟାନେଲ ଆଲୋଚନା ରେ , ରିଲାଏନ୍ସର ପୂର୍ବତନ ଏସ ଭି ଆରଆର ବିବେକାନନ୍ଦ ମିଶ୍ର, ଜେଏସଡବ୍ଲୁ ଷ୍ଟିଲ ସି ଏସ ଆର ମୁଖ୍ୟ ପ୍ରଶାନ୍ତ ବିଶ୍ବାଳ ଏବଂ ମ୍ୟାନେଜର ଆୟାସକାନ୍ତ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର କୁଳସଚିବ କ୍ଷୀରୋଦ ମହାପାତ୍ର, ପ୍ରିନିସିପାଲ ପ୍ରିୟଦର୍ଶୀ ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ରହିଥିଲେ। ଆସନ୍ତା ଦୁଇଦିନ ଧରି ଅନୁଷ୍ଠାନ ପରିସରରେ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୦ ତାରିଖରେ ଉଦଯାପନୀ ମହାମହିମ ରାଜ୍ୟପାଳ ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.