ନିଶା ନିବାରଣ ପାଇଁ ପଦଯାତ୍ରା

ପିପିଲି : ନିଶା ନିବାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଝାରସୁଗୁଡାର ଦୁର୍ଲଗା ଗ୍ରାମ ଠାରୁ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଗତ ୬ ତାରିଖରୁ ପଦଯାତ୍ରାରେ ବାହାରିଥିବା ୬୩ବର୍ଷିୟ ଅଭିରାମ ଶତପଥୀ ଆଜି ପିପିଲିରେ ପହଞ୍ଚିଛନ୍ତି । ପିପିଲିର ଦାଣ୍ଡମୁକୁନ୍ଦପୁର ଠାରେ ବିଶ୍ରାମ ନେବା ପରେ ସେ ପୁନର୍ବାର ପୁରୀ ଅଭିମୁଖେ ପଦଯାତ୍ରା କରିଥିବା ବେଳେ ସଂନ୍ଧ୍ୟାରେ ସାକ୍ଷୀଗୋପାଳରେ ରାତ୍ରି ବିଶ୍ରାମ ନେବେ । ନିଶା ସେବନ ବର୍ଜନ କରିବା ଓ ପ୍ରତିଦିନ ଶାରିରୀକ ବ୍ୟାୟାମ କରି ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ଓଡିଶା ଗଠନ କରିବା ପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ ଆରମ୍ଭ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Comments are closed.