ନିଶ ରଖିବାରୁ ଦଳିତ ଯୁବକଙ୍କୁ ନିର୍ଧୁମ ମାଡ଼, ମାମଲା ରୁଜୁ

0

ଅହମଦାବାଦ : ନିଶ ରଖିବା ସହ ଟି-ସାର୍ଟ ପିନ୍ଧିବାରୁ ଜଣେ ଦଳିତ ଯୁବକକୁ ଗୁଜରାଟ ଅହମଦାବାଦର ରାଜପୁତମାନେ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ଉଭୟ ସମୂହ ପରସ୍ପର ବିରୋଧରେ ମାମଲା ରୁଜୁ କରିଛନ୍ତି ବୋଲି ଗୁରୁବାର ପୁଲିସ୍‍ ପ୍ରକାଶ କରିଛି। ପୁଲିସ୍‍ ଏସ୍‍ଆଇ୍‍ ପିଡ଼ି ମାନୱର ସୂଚନା ଦେଇଛନ୍ତି ଯେ ଏହି ଘଟଣା ମଙ୍ଗଳବାର ରାତିର। କାଭିଠା ଗ୍ରାମର ଜଣେ ଦଳିତ ଯୁବକଙ୍କୁ ରାଜପୁତ ଯୁବକମାନେ ନିର୍ଧୁମ ପିଟିଛନ୍ତି। ପୁଲିସ୍‍ ୫ ରାଜପୁତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୋଗକାରୀ ରମନଭାଇ ମକଭାନା ଅଭିଯୋଗ ଅନୁସାରେ ୭ ଜଣ ରାଜପୁତ ଯୁବକ ତାଙ୍କ ପୁତୁରା ବିଜୟଙ୍କୁ ନିଶ ରଖିବା ଏବଂ ଟିସାର୍ଟ ପିନ୍ଧିଥିବାରୁ ଜାତିଗତ ଆକ୍ଷେପ କରି ନିର୍ଧୁମ ପିଟିଛନ୍ତି। ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply