ଫାଶୀ ପୂର୍ବରୁ ଶେଷ ଇଚ୍ଛା ଲେଖିଲେନି ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ପୱନ କୁମାର ଗୁପ୍ତା, ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆସନ୍ତା ଫେବୃୟାରୀ ୧ ତାରିଖରେ ଫାଶୀ ଦିଆଯିବ। ଏଥିପାଇଁ ତିହାର ଜେଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥିଲା। ମାତ୍ର ଦୋଷୀମାନେ କୌଣସି ଶେଷ ଇଚ୍ଛା ପ୍ରକାଶ କରିନାହାନ୍ତି। ସେମାନଙ୍କର କୌଣସି ଶେଷ ଇଚ୍ଛା ନାହିଁ ବୋଲି ଜେଲ୍‌ ପ୍ରଶାସନକୁ ଜଣାଇଛନ୍ତି। ଗତ ଗୁରୁବାର ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରାଯାଇ ନୋଟିସ ପଠାଯାଇଥିଲା। କିନ୍ତୁ ସମୋନେ ନୀରବ ରହିଥିଲେ। ନୋଟିସର ମଧ୍ୟ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ।

ସୂଚନା ଅନୁସାରେ, ଜେଲ ପ୍ରଶାସନ ପକ୍ଷରୁ ଦୋଷୀମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ଜାଣିବାକୁ କରାଯାଇଥିବା ନୋଟିସରେ ପଚରାଯାଇଥିଲା ଯେ, ଫେବୃୟାରୀ ୧ରେ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି ? ଯଦି ସେମାନଙ୍କ ନାମରେ କୌଣସି ସମ୍ପତ୍ତି ରହିଛି, ତେବେ ଫାଶୀ ପୂର୍ବରୁ ସେଗୁଡ଼ିକୁ ସେମାନେ କାହା ନାମରେ କରିବାକୁ ଚାହୁଁଛନ୍ତି ? ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଇଚ୍ଛା କରୁଛନ୍ତି, ତେବେ ଜେଲ ପ୍ରଶାସନ ଏଥିରେ ସେମାନଙ୍କ ସହାୟତା କରିପାରିବ

ଅନ୍ୟପଟେ ଫାଶୀ ପୂର୍ବରୁ ସପ୍ତାହକୁ ୨ ଥର ଦୋଷୀମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଭେଟିବାକୁ ଅନୁମତି ଦିଆଯାଉଥିଲା। ଫାଶୀ ପୂର୍ବରୁ ପରିବାର ଲୋକଙ୍କୁ ଭେଟିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସ୍ଥା ହୋଇନାହିଁ। ତେବେ ପରିବାର ଲୋକେ ଫାଶୀ ପୂର୍ବରୁ ଭେଟିବାକୁ ଚାହୁଁ ନ ଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।

ଏହାବ୍ୟତୀତ ଦୋଷୀଙ୍କ ମଧ୍ୟରୁ କେବଳ ମୁକେଶ ଫାଶୀରୁ ବର୍ତ୍ତିବା ଲାଗି ସମସ୍ତ ଆଇନଗତ ବିକଳ୍ପକୁ ବ୍ୟବହାର କରିସାରିଛି, ଯେଉଁଗୁଡ଼ିକ ଖାରଜ ହୋଇଯାଇଛି କିନ୍ତୁ ବିନୟ ନିକଟରେ ମର୍ସି ପିଟିଶନ ଦାଖଲ କରିବାର ରାସ୍ତା ରହିଥିବାବେଳେ ଅକ୍ଷୟ ଏବଂ ପବନ ଏପର୍ଯ୍ୟନ୍ତ କ୍ୟୁରେଟିଭ ପିଟିଶନ ଦାଖଲ କରିନାହାନ୍ତି

Comments are closed.