ନିର୍ଭୟା ମାମଲା: ଦୋଷୀ ପୱନର ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ପୱନ ଗୁପ୍ତାଙ୍କ ପିତା ଦାୟର କରିଥିବା ଏକ ପିଟିସନକୁ ପତିଆଲା ହାଉସ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପୱନଙ୍କ ପିତା ଅଭିଯୋଗ କରିଥିଲେ ଯେ ମାମଲାର ଏକମାତ୍ର ସାକ୍ଷୀକୁ ନିର୍ଯାତନା ଦିଆଯାଇଥିଲା। ତେବେ ଏପରି ଅଭିଯୋଗକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ ନିର୍ଭୟା ମାମଲାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଏହି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ସମୀକ୍ଷା ଆବେଦନ କରିଥିବାବେଳେ ଅନ୍ୟ ତିନିଜଣ ସମୀକ୍ଷା ଆବେଦନ କରି ନାହାନ୍ତି। ସମୀକ୍ଷା ଆବେଦନ ପରେ ଦୋଷୀମାନେ ରାଜକ୍ଷମା ନିମନ୍ତେ ଆବେଦନ କରିବେ। ଡିସେମ୍ବର ୧୮ରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ଏହି ଦୋଷୀମାନଙ୍କୁ ନୋଟିସ ଜାରି ପୂର୍ବକ ୭ଦିନ ମଧ୍ୟରେ ରାଜକ୍ଷମା ଆବେଦନ କରିବାକୁ କହିଥିଲେ। ତେବେ ରାଜକ୍ଷମା ଆବେଦନ ପୂର୍ବରୁ ସମୀକ୍ଷା ଆବେଦନ କରିବାର ଶେଷ ନ୍ୟାୟିକ ପ୍ରକ୍ରିୟା ରହିଛି।

Comments are closed.