‘ଦେଶର ସବୁ ରାଜ୍ୟପାଳ ସରକାରଙ୍କ ଚାମ୍‌ଚା’

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସମ୍ପର୍କରେ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ସଞ୍ଜୟ ନିରୁପମ ବିବାଦୀୟ ରୂପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମ ଦେଶରେ ଯେତେ ରାଜ୍ୟପାଳ ଅଛନ୍ତି ସେମାନେ ସରକାରଙ୍କ ଚାମ୍‌ଚା ଅଟନ୍ତି। ସତ୍ୟପାଲ ମଲିକ ବି ସରକାରଙ୍କ ଚାମ୍‌ଚା। ରାଜୀବ ଗାନ୍ଧୀଙ୍କୁ କୋର୍ଟ ବୋଫର୍ସ ମାମଲାରେ କ୍ଲିନଚିଟ୍‌ ଦେଇଥିଲେ। ଅରୁଣ ଜେଟଲି ତାଙ୍କୁ କ୍ଲିନଚିଟ୍‌ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ।  ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୀବ ଗାନ୍ଧୀଙ୍କୁ ୧ ନମ୍ବର ଭ୍ରଷ୍ଟାଚାରୀ କହିଲେ, ତାଙ୍କ ସମ୍ପର୍କରେ ଏତେ ଆଲୋଚନା ହେଲା ଯେ ଏବେ ସେ ଆଉ ଏପରି କହିବେ ନାହିଁ। ଏପରି ଲାଗୁଛି କି ସତ୍ୟପାଲ ମଲିକ ମୋଦୀଙ୍କ ଚାମଚାଗିରି କରୁଛନ୍ତି, ଯେଉଁଥିପାଇଁ ଚାଙ୍କ ଚୌକି ସୁରକ୍ଷିତ ରହିପାରିବ। ରାଜ୍ୟପାଳମାନଙ୍କୁ ନିଜର ଗରିମା ରକ୍ଷା କରିବା ଉଚିତ ବୋଲି ନିରୁପମ କହିଛନ୍ତି।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ କହିଥିଲେ ଯେ, ରାଜୀବ ଗାନ୍ଧୀ ଭ୍ରଷ୍ଟ ନ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କେତେଜଣ ଲୋକଙ୍କ ଦ୍ବାରା ପ୍ରଭାବିତ ହୋଇ ବୋଫର୍ସ ଦୁର୍ନୀତି ମାମଲାରେ ସାମିଲ ହୋଇଗଲେ।

Comments are closed.