ଆତ୍ମନିର୍ଭର ଭାରତ: ମାଛ ଚାଷ ପାଇଁ ୨୦ ହଜାର କୋଟି, ଏମ୍ଏଫ୍ଇ ପାଇଁ ୧୦ହଜାର କୋଟି ଟଙ୍କା

ମହୁ ଚାଷୀଙ୍କୁ ୫୦୦ କୋଟି ସହାୟତା, ଔଷଧୀୟ ଗୁଳ୍ମ ଚାଷ ଓ ବିକାଶ ନିମନ୍ତେ ୪୦୦୦ କୋଟି ଅନୁଦାନ

ନୂଆଦିଲ୍ଲୀ: କରୋନା ପରବର୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଆତ୍ମନିର୍ଭର ଭାରତ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ୨୦ ଲକ୍ଷ କୋଟି ଟଙ୍କାର ସମ୍ପଦ ବିନିଯୋଗ ହେବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ମତ୍ସ୍ୟଚାଷର ବିକାଶ ନିମନ୍ତେ ୨୦ ହଜାର କୋଟି ଟଙ୍କା ମଧ୍ୟରୁ ୯ ହଜାର କୋଟି ଟଙ୍କା କେବଳ ଭିତ୍ତିଭୂମି ବିକାଶରେ ବ୍ୟୟ ହେବ । ମତ୍ସ୍ୟଉତ୍ପାଦ ବୃଦ୍ଧି ଓ ମତ୍ସ୍ୟଚାଷୀଙ୍କ ଉନ୍ନତି ପାଇଁ ଏହି ଫଣ୍ଡ ହେବ । ଏଥିଯୋଗୁ ୫୫ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ । ମତ୍ସ୍ୟଜୀବୀ ଓ ନୌକାର ବୀମା କରାଯିବ । ୫ବର୍ଷରେ ୭୦ଲକ୍ଷ ଟନ ମତ୍ସ୍ୟ ଉତ୍ପାଦ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ  ଯୋଜନା​‌ରେ ଏହା ବ୍ୟୟ କରାଯିବ ।

ଏହାବ୍ୟତୀତ ଅଣୁ ଖାଦ୍ୟ ପ୍ରକଳ୍ପ (ଏମ୍ଏଫ୍ଇ) ବାବଦରେ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅର୍ଥମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି । ଏହାଦ୍ବାରା ଗ୍ରାମାଞ୍ଚଳରେ ଲୋକମାନେ ସ୍ବାବଲମ୍ବୀ ହୋଇପାରିବେ ।

ସେହିପରି ମହୁଚାଷ ନିମନ୍ତେ ୫୦୦ କୋଟି ଟଙ୍କା ଓ ଔଷଧୀୟ ଗୁଳ୍ମ-ବୃକ୍ଷ ଚାଷ ନିମନ୍ତେ ୪୦୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Comments are closed.