ପଶୁ ସମ୍ପଦ ବିକାଶ ନିମନ୍ତେ ୧୫୦୦୦ କୋଟି ଟଙ୍କା, ପଶୁଙ୍କ ଟୀକାକରଣ ପାଇଁ ୧୩୩୪୩ କୋଟି ଟଙ୍କା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିକ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରିଛନ୍ତି । ତୃତୀୟ ଦିନରେ କୃଷି ସହ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖି ବଡ଼ ଧରଣର ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ଦୁଗ୍ଧ ଉତ୍ପାଦନ ନିମନ୍ତେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ୧୫ହଜାର କୋଟି ଓ ଦେଶର ୫୩ କୋଟି ପଶୁଙ୍କ ଟୀକାକରଣ ନିମନ୍ତେ ୧୩୩୪୩ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ  ବିଶ୍ୱର ସର୍ବାଧିକ ପ୍ରାଣୀଧନ ଭାରତରେ ରହିଛନ୍ତି । ୫୩ କୋଟି ପଶୁଙ୍କ ଟୀକାକରଣ ନେଇ ୧୩ ହଜାର ୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ । ତାଲାବନ୍ଦରେ ଦେଢ଼ କୋଟି ପଶୁଙ୍କର (ଗାଈ, ମଇଁଷି) ଟିକାକରଣ ହୋଇଛି । ପରବର୍ତୀ ସମୟରେ ଗାଈ, ମଇଁଷି, ମେଣ୍ଢା, ଛେଳି, ଘୁଷୁରୀ ଆଦି ପଶୁମାନଙ୍କୁ ଟୀକାକରଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

Comments are closed.