ଛୋଟ ଶିଳ୍ପ ପାଇଁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ଟଙ୍କା ଋଣ ; ୧୨ ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବ ନାହିଁ ମୂଳଧନ

ନୂଆଦିଲ୍ଲୀ: କରୋନା ସଙ୍କଟରେ ବାଧାପ୍ରାପ୍ତ ହୋଇଛି ଦେଶର ଆର୍ଥିକ ଗତି । ସ୍ତିମିତ ହୋଇଛି ଦେଶର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପର ଭବିଷ୍ୟତ । ଏହି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଯୋଜନା । ଦେଶର ୧୨ କୋଟି ଲୋକ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ତେଣୁ ଏହି କ୍ଷେତ୍ରର ବିକାଶ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିଛନ୍ତି ବଡ଼ ଘୋଷଣା ।

ଏମ୍ଏସ୍ଏମ୍ଇ କ୍ଷେତ୍ର ନିମନ୍ତେ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ଋଣ ଆକାରରେ ଏହି ଅର୍ଥ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଯୋଗାଇ ଦିଆଯିବ । ଋଣ ପରିଶୋଧ ଅବଧି ୪ ବର୍ଷ ରହିବ ଓ ୧୨ ମାସ ପର୍ଯ୍ୟନ୍ତ ଋଣ ଗ୍ରହୀତାଙ୍କୁ ମୂଳଧନ ମଧ୍ୟ ଦେବାକୁ ପଡ଼ିବ ନାହିଁ । ବିନା ଗ୍ୟାରେଣ୍ଟିରେ ଏହି ରାଶି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସାରା ଦେଶର ୨ ଲକ୍ଷରୁ ଅଧିକ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଶିଳ୍ପ ଏହାଦ୍ବାରା ଉପକୃତ ହୋଇପାରିବ ।

ଏହାଛଡ଼ା ୫୦ ହଜାର କୋଟିର ଇକ୍ୱିଟି ଇକ୍ୱିଜନର ବ୍ୟବସ୍ଥା କରାଯାଇଛି । ଏହି ପ୍ୟାକେଜ୍ ଦ୍ୱାରା ଦେଶର ବିକାଶର ଗତି ବୃଦ୍ଧି ପାଇବ ବୋଲି ନିର୍ମଳା କହିଛନ୍ତି ।ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ  ଆତ୍ମନିର୍ଭର ଭାରତ ନିମନ୍ତେ ୨୦ ଲକ୍ଷ କୋଟି ଟଙ୍କାର ବୃହତ୍ ପ୍ୟାକେଜ ଘୋଷଣା କରିଥିଲେ । ଆଜି ଅର୍ଥମନ୍ତ୍ରୀ ଏହାକୁ ବିସ୍ତୃତ ଭାବରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି । 

Comments are closed.