ବ୍ରଜରାଜ ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ଦିନେଶ ଲାଲ ଯାଦବ ନୀରହୁହା

ଭୁବନେଶ୍ବର: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଆସନ୍ତାକାଲି (27 ତାରିଖ) ଉତ୍ତର ପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଜମଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଖିଳେଶ ଯାଦବଙ୍କ ବିରୋଧରେ ବିଜେପିରୁ ନିର୍ବାଚନ ଲଢ଼ିଥିବା ଦିନେଶ ଲାଲ ଯାଦବ (ନୀରହୁହା) ପ୍ରଚାର ମଇଦାନରେ ଓହ୍ଲାଇବେ ଏବଂ ବ୍ରଜରାଜ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଦିନେଶ ଲାଲ ଯାଦବ ନୀରହୁହା ଭାବରେ ପ୍ରସିଦ୍ଧ ବଲିଉଡ ତଥା ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା। ଶ୍ରୀ ନୀରହୁହା ଅନେକ ହିନ୍ଦୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆସନ୍ତାକାଲି ସେ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳରେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ରୋଡ ଶୋ’ ଓ ପ୍ରଚାର କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.