ନିର୍ଭୟା ମାମଲାର ଘଟଣାକ୍ରମ

୨୦୧୨ ଡିସେମ୍ବର ୧୬ : ପୀଡିତା ପାରା ମେଡିକାଲ ଛାତ୍ରୀ (ନିର୍ଭୟା) ତାଙ୍କ ପୁରୁଷ ବନ୍ଧୁ ସହିତ ଦିଲ୍ଲୀ ମୁନେରକା ବସ୍‌ଷ୍ଟାଣ୍ଡରେ ବସ୍‌ ଚଢିଥିଲେ। ବସ୍‌ରେ ଥିବା ଜଣେ ନାବାଳକ ସମେତ ୬ଜଣ ପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହିତ ନିର୍ଭୟାଙ୍କୁ ଗଣବଳାତ୍କାର କରିବା ସହ ବସ୍‌ରୁ ଫିଙ୍ଗି ଦେଇଥିଲେ।
ଡିସେମ୍ବର ୧୮ରୁ ୨୨ : ନାବାଳକ ଅଭିଯୁକ୍ତ ସମେତ ୬ ଜଣ, ରାମ ସିଂହ (ବସ୍‌ ଡ୍ରାଇଭର), ଭାଇ ମୁକେଶ ସିଂହ. ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତାଙ୍କୁ ପୁଲିସ ଗିରଫ କଲା।
ଡିସେମ୍ବର ୨୯: ପୀଡିତା ଛାତ୍ରୀଙ୍କ ମୃତ୍ୟୁ ହେଲା।
୨୦୧୩ ଜାନୁଆରି ୩: ହତ୍ୟା, ଗଣବଳାତ୍କାର, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲାରେ ଦିଲ୍ଲୀ ପୁଲିସ ଦ୍ବାରା ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ।
ଫେବୃଆରୀ ୨ : ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।
ମାର୍ଚ୍ଚ ୧୧: ତିହାର ଜେଲ୍‌ରେ ଆତ୍ମହତ୍ୟା କଲା ବସ୍‌ ଡ୍ରାଇଭର ରାମ୍‌ ସିଂହ।
ମାର୍ଚ୍ଚ ୨୧: ଦେଶରେ ବଳାତ୍କାର ଆଇନରେ ସଂଶୋଧନ ଅଣାଗଲା। ୬ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ନୂଆ ଆଇନ ଆସିଲା।
ସେପ୍ଟେମ୍ବର ୧: ଗଣବଳାତ୍କାର ଏବଂ ହତ୍ୟା ପାଇଁ କିଶୋର ନ୍ୟାୟ ବୋର୍ଡ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ତାଙ୍କୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ।
ସେପ୍ଟେମ୍ବର ୧୦: ଗଣବଳାତ୍କାର, ହତ୍ୟା ଏବଂ ଅସ୍ବାଭାବିକ କାର୍ଯ୍ୟ ସମ‌େତ ସମୁଦାୟ ୧୩ ଟି ଅପରାଧ ମାମଲାରେ ଫାଷ୍ଟ ଟ୍ରାକ୍‌ କୋର୍ଟ ସମସ୍ତ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କଲେ।
ସେପ୍ଟେମ୍ବର ୧୩: ସମସ୍ତ ୪ ଜଣଙ୍କୁ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର।
୨୦୧୪, ମାର୍ଚ୍ଚ ୧୩: ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଲେ।
୨୦୧୬ ଏପ୍ରିଲ ୩: ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ।
୨୦୧୭ ମେ ୫: ସୁପ୍ରିମକୋର୍ଟ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ।
୨୦୧୮ ଜୁଲାଇ ୯: ପୱନ, ମୁକେଶ ଏବଂ ବିନୟଙ୍କ ଦ୍ବାରା ଦାଖଲ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।
୨୦୧୯ ଫେବୃଆରୀ: ଦୋଷୀଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି ପାଇଁ ନିର୍ଭୟାର ପିତାମାତା ବିଚାର ବିଭାଗୀୟ କୋର୍ଟଙ୍କ ଦ୍ବାରସ୍ଥ।
୨୦୧୯ ଅକ୍ଟୋବର ୨୯: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ଦୋଷୀ କ୍ଷମା ଆବେଦନ କରିବା ପାଇଁ ତିହାର ଜେଲ୍‌ ୭ ଦିନ ସମୟ ଦେଲେ।
ନଭେମ୍ବର ୮: ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲେ ବିନୟ ଶର୍ମା।
ଡିସେମ୍ବର ୧୮: ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ରିଭ୍ୟୁ ପିଟିସନ୍‌ ଖାରଜ ।
ଡିସେମ୍ବର ୧୮: ମୃତ୍ୟୁ ପରୱାନା ସଂକ୍ରାନ୍ତ ଶୁଣାଣିକୁ ଜାନୁଆରି ୭ ଯାଏଁ ସ୍ଥଗିତ ରଖିଲେ ଦିଲ୍ଲୀ କୋର୍ଟ।
୨୦୨୦ ଜାନୁଆରି ୭: ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ ଦିଲ୍ଲୀ କୋର୍ଟ।
ଜାନୁଆରି ୯ , ୨୦୨୦ : ଦୋଷୀ ବିନୟ ଏବଂ ମୁକେଶ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲେ।
ଜାନୁଆରି ୧୪, ୨୦୨୦: ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ମୁକେଶ ସିଂହ।
ଜାନୁଆରି ୧୪, ୨୦୨୦ : ବିନୟ ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍‌ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ।
ଜାନୁଆରି ୧୭, ୨୦୨୦ : ଦୋଷୀ ମୁକେଶର କ୍ଷମା ଆବେଦନ ଖାରଜ କ‌ଲେ ରାଷ୍ଟ୍ରପତି।
ଜାନୁଆରୀ ୧୭,୨୦୨୦ : ଫେବ୍ରୁଆରି ୧ ସକାଳ ୬ରେ ଫାଶୀ ପାଇଁ ୱାରେଣ୍ଟ୍‌ ଜାରି।
ଜାନୁଆରି ୨୫,୨୦୨୦ : ରାଜ କ୍ଷମା ଆବେଦନ ଅଗ୍ରାହ୍ୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ ମୁକେଶ।
ଜାନୁଆରି ୨୮, ୨୦୨୦ : ଅକ୍ଷୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲା।
ଜାନୁଆରି ୨୯ , ୨୦୨୦ : ମୁକେଶର ଆବେଦନ ସୁପ୍ରିମକୋର୍ଟରେ ଖାରଜ।
ଫେବ୍ରୁଆରି ୧, ୨୦୨୦ : ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ଅଗ୍ରାହ୍ୟ।
ଫେବ୍ରୁଆରି ୧, ୨୦୨୦ : ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ଅକ୍ଷୟ ଠାକୁର।
ଫେବ୍ରୁଆରି ୫ , ୨୦୨୦ : ସମସ୍ତ ନ୍ୟାୟିକ ପଦକ୍ଷେପ ଗ୍ରହଣ କରିବାପାଇଁ ଦୋଷୀଙ୍କୁ ୧ ସପ୍ତାହ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ।
ଫେବ୍ରୁଆରି ୫,୨୦୨୦ : ଅକ୍ଷୟ ଠାକୁରର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି।
‌ଫେବ୍ରୁଆରି ୧୭,୨୦୨୦ : ମାର୍ଚ୍ଚ ୩ରେ ସମସ୍ତ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ କୋର୍ଟ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ।
‌ଫେବ୍ରୁଆରି ୨୮ , ୨୦୨୦ : ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାପାଇଁ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲା।
ମାର୍ଚ୍ଚ ୨ : ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ।
ମାର୍ଚ୍ଚ ୨, ୨୦୨୦ : ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ କୋର୍ଟ।
ମାର୍ଚ୍ଚ ୪, ୨୦୨୦ : ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି।
ମା‌ର୍ଚ୍ଚ ୫,୨୦୨୦ : ମା‌ର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ରେ ଫାଶୀ ପାଇଁ ପୁଣିଥରେ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ ଦିଲ୍ଲୀ କୋର୍ଟ।
ମାର୍ଚ୍ଚ ୧୬,୨୦୨୦ : ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଡେଥ୍‌ ୱା‌ରେଣ୍ଟ୍‌ ଉପରେ ରହିତାଦେଶ ଲଗାଇବାକୁ ଆଇସିଜେଙ୍କୁ ଅନୁରୋଧ କଲେ।
ମାର୍ଚ୍ଚ ୧୭, ୨୦୨୦: ଦ୍ବିତୀୟ ରାଜକ୍ଷମା ଆବେଦନ ପାଇଁ ଅକ୍ଷୟର ନିବେଦନ।
ମା‌ର୍ଚ୍ଚ ୧୮,୨୦୨୦ : ଅକ୍ଷୟ ସିଂହର ପତ୍ନୀ ବିହାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲା।
ମାର୍ଚ୍ଚ ୧୯,୨୦୨୦ : ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ଚ୍ୟାଲେଞ୍ଜ କରି ପୱନ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କ‌ଲେ ସୁପ୍ରିମକୋର୍ଟ।
ମାର୍ଚ୍ଚ ୧୯, ୨୦୨୦: ମୃତ୍ୟୁ ପରୱାନା ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରାତି ଅଧିଆ ଶୁଣାଣି ପରେ ଆବେଦନ ଅଗ୍ରାହ୍ୟ।
ମାର୍ଚ୍ଚ ୨୦,୨୦୨୦ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ସକାଳ ସାଢେ ୫ଟାରେ ଫାଶୀ ଦିଆଗଲା।

Comments are closed.