ନିର୍ଭୟା ମାମଲା: ଫାଶି ପୂର୍ବରୁ ନୂଆ ଚାଲ୍ ଖେଳୁଛନ୍ତି ଦୋଷୀ, ମାନସିକ ଅସୁସ୍ଥ ଦର୍ଶାଇ କୋର୍ଟରେ ଆଉ ଏକ ପିଟିସନ ଦାଖଲ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମାଲାରେ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଦୋଷୀମାନଙ୍କୁ ସମୁହ ଫାଶୀ ଦେବା ଲାଗି କୋର୍ଟ ଡେଥ ୱାରେଣ୍ଟ ଜାରି କରିବା ପରେ ବିଚଳିତ ହୋଇଗଲେଣି ୪ ଦୋଷୀ। ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ଦୋଷୀମାନେ। ଗତକାଲି ବିନୟ ଜେଲର କାନ୍ଥରେ ମୁଣ୍ଡ ପିଟୁଥିବା ବେଳେ ତାକୁ ଉଦ୍ଧାର କରିଥିଲେ ଜେଲର ସୁରକ୍ଷାକର୍ମୀ। ଏହାପରେ ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ଜେଲ‌ରେ ବନ୍ଦ କରାଯାଇଥିଲା।

ପୁଣି ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମାଲା ଦୋଷୀ ବିନୟ ତାର ଓକିଲ ମାଧ୍ୟମରେ ପଟିଆଲା ହାଉସକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହି ପିଟିସନରେ ବିନୟ କହିଛି ସେ ମାନସିକ ରୂପରେ ଅସୁସ୍ଥ ଅଛି। ଏଣୁ ତାକୁ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକ ରହିଛି। ବିନୟର ଓକିଲ ଏ.ପି.ସିଂହ ଆଜି କହିଛନ୍ତି ଗତକାଲି ବିନୟ କାନ୍ଥରେ ମୁଣ୍ଡ ପିଟିଥିବା କାରଣରୁ ତାର ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାର ଡାହାଣ ହାତରେ ଫ୍ୟାକ୍ଚର ହୋଇଛି କିନ୍ତୁ ଜେଲ୍ କତ୍ତୃପକ୍ଷ ଏହାକୁ ସାମନ୍ୟ ଆଘାତ କହି ପ୍ରାଥମିକ ଚିକିତ୍ସା କରି ପୁଣି ଜେଲରେ ବନ୍ଦ କରିଦେଇଛନ୍ତି। ବିନୟର ମାନସିକ ସ୍ଥିତି ଠିକ୍ ନାହିଁ ଏବଂ ସେ ସିଜୋଫେନିଆ( ଏକ ପ୍ରକାର ମାନସିକ ରୋଗ)ରେ ଆକ୍ରାନ୍ତ ହୋଇଛି। ଯାହା ଦ୍ବାରା ବିନୟ ନିଜ ମାକୁ ମଧ୍ୟ ଚିହ୍ନି ପାରୁନାହିଁ। ଏଣୁ ତାକୁ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ  ‘ଇନଷ୍ଟୁଚନ୍ ଅଫ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଏଡ୍ ସାଇନ୍ସ’ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ବିନୟର ଓକିଲ ଏ.ପି.ସିଂହ। ପଟିଆଲା ହାଉସ୍ କୋର୍ଟରେ ଏହି ମାମାଲାର ଶୁଣାଣୀ ଆଗାମୀ ଶନିବାର ଦ୍ବିପହର ୧୨ଟାରେ ହେବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଦୋଷୀଙ୍କ ଓକିଲ ଏ.ପି.ସିଂହଙ୍କ ଏହି ପିଟିସନକୁ ବିରୋଧ କରିଛନ୍ତି। ସେ କହିଛନ୍ତି ମାନସିକ ରୋଗ ଏବଂ ମୁଣ୍ଡରେ ଆଘାତ ଜନିତ ପିଟିସନ ବିଚାର ଯୋଗ୍ୟ ନୁହେଁ।

ଏଠାରେ ସୂଚନାଯୋଗ୍ୟ ଫାଶୀକୁ ପୁଣି ବିଳମ୍ବିତ କରିବା ଉଦ୍ଦେଶ୍ୟରେ ବିନୟ ପକ୍ଷରୁ ଗୁରୁବାର ନିର୍ବାଚନ ଆୟୋଗଙ୍କ ପାଖରେ ପିଟିଶନ ଦାଖଲ କରାଯାଇଛି। ଏଥିରେ ସେ ଦର୍ଶାଇଛନ୍ତି ଯେ, ଯେତେବେଳେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ରାଷ୍ଟ୍ରପତିଙ୍କ ନିକଟକୁ ବିନୟର ରାଜକ୍ଷମା ଆବେଦନ ଖାରଜ କରିବାକୁ ସୁପାରିସ କରିଥିଲେ, ସେତେବେଳେ ସେ ମନ୍ତ୍ରୀ ପଦରେ ନ ଥିଲେ କି ବିଧାୟକ ବି ନ ଥିଲେ। ଜୈନ ଜାନୁୟାରୀ ୨୯ରେ ଏହି ଆବେଦନ ରାଷ୍ଟ୍ରପତିଙ୍କୁ ପଠାଇଥିଲେ। ସେତେବେଳେ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇସାରିଥିଲା।

Comments are closed.