ନିର୍ଭୟା ମାମଲା : ୪ ଦୋଷୀଙ୍କୁ ଫେବୃଆରୀ ୧ରେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ସାମୂହିକ ବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ଫେବୃଆରୀ ୧ରେ ଫାଶୀ ଦଣ୍ଡ ଦିଆଯିବ। ଫେବୃଆରୀ ୧ ତାରିଖ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବା ନେଇ ପାତିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ।

ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ପାତିଆଲା ହାଉସ କୋର୍ଟ ଏହି ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କରିଦେଇଥିଲେ । ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସେହି କ୍ଷମା ଆବେଦନକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ୍‍ କରିଥିଲା । ପୂର୍ବରୁ ଏହି ମାମଲାର ୪ ଜଣଯାକ ଦୋଷୀ  ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତାଙ୍କୁ ଆସନ୍ତା ୨୨ ତାରିଖରେ ତିହାର ଜେଲରେ ଫାଶୀ ଦିଆଯିବାକୁ ସ୍ଥିର ହୋଇଥିଲା।

ତେବେ ମୁକେଶ ସିଂହ କ୍ଷମା ଆବେଦନ କରିବା ଓ ଆବେଦନ ଖାରଜ ହେବା ପରେ ଫେବୃଆରୀ ୧ରେ ଫାଶୀ ଦିଆଯିବା ନେଇ ନୂଆ ତାରିଖ ଘୋଷଣା କରାଯାଇଛି ।

Comments are closed.