ନିର୍ଭୟା ଦୋଷୀ ପବନ ଗୁପ୍ତାର ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ପବନ ଗୁପ୍ତାର ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସେ ଆବେଦନରେ ଦେଇଥିବା ଦଲିଲରେ କିଛି ନୂଆ ତଥ୍ୟ ନ ଥିବା କହି ସୁପ୍ରିମକୋର୍ଟ ସେହି ଆବେଦନ ଖାରଜ କରିଛନ୍ତି। ଘଟଣା ସମୟରେ ସେ ନାବାଳକ ଥିଲା ଓ ତାକୁ ନାବାଳକ ଭାବେ ବିଚାର ପାଇଁ ପବନ ଆବେଦନ କରିଥିଲା।

ପିଟିସନ ଖାରଜ କରିବା ସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ପୂର୍ବରୁ ହାଇକୋର୍ଟ ସଠିକ୍‍ ଆଧାରରେ ପବନର ପିଟିସନକୁ ଖାରଜ କରିଥିଲେ। ପିଟିସନ୍‍ ଖାରଜ ପରେ ଦୋଷୀଙ୍କୁ ଫାଶୀ ପାଇଁ ରାସ୍ତା ପରିଷ୍କାର ହୋଇଛି। ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବା ପାଇଁ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଗତ ୧୪ ତାରିଖରେ ଦୋଷୀ ବିନୟ ଓ ମୁକେଶର କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।

Comments are closed.