ଫାଶୀ ଘୁଞ୍ଚାଇବାକୁ ନିର୍ଭୟା ଦୋଷୀଙ୍କ ପୁରୁଣା କୌଶଳ; ପଟିୟାଲା ହାଉସ କୋର୍ଟରେ ପୁଣି ଏକ ପିଟିସନ ଦାଖଲ, ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ବଞ୍ଚାଇବା ପାଇଁ ଓକିଲ ଏପି ସିଂହ ଗୁରୁବାର ପୁଣି ପୁରୁଣା କୌଶଳକୁ ଆପଣାଇଛନ୍ତି। ଫେବୃଆରୀ ପହିଲାରେ ହେବାକୁ ଥିବା ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ପଟିୟାଲା ହାଉସ କୋର୍ଟରେ ଗୁରୁବାର ଆଉ ଏକ ପିଟିସନ ଦାଖଲ କରିଛନ୍ତି।


ଫେବୃଆରୀ ୧ତାରିଖ ସକାଳ ୬ଟାରେ ନିର୍ଭୟା ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ନିଷ୍ପତ୍ତି ହୋଇଥିଲା। ଦୋଷୀ ମୁକେଶ, ଅକ୍ଷୟ, ବିନୟ ଏବଂ ପୱନଙ୍କ ଓକିଲ ଏପି ସିଂହ ପଟିୟାଲା ହାଉସ କୋର୍ଟରେ ପୁଣି ଏକ ପିଟିସନ ଦାଖଲ କରି ନିଜ ଯୁକ୍ତି ବାଢି କହିଛନ୍ତି ଯେ, ଦୋଷୀମାନଙ୍କ ଆଇନଗତ ବିକଳ୍ପ ଶେଷ ନ ହେବା ଯାଏଁ ଗୋଟିଏ ଅପରାଧରେ ଜଡିତ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ଏହି ଆବେଦନ ସ୍ପେସାଲ୍ ଜଜ୍ ଏ କେ ଜୈନଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଆସନ୍ତାକାଲି ଏହି ଆବେଦନ ଉପରେ ଶୁଣାଣି ହେବ।

Comments are closed.