ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା ଦୋଷୀ ପୱନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ୍ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ମାର୍ଚ୍ଚ ୩ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲା। ହେଲେ ଏହାକୁ ଘୁଞ୍ଚାଇବାକୁ ଦୋଷୀଙ୍କ ପକ୍ଷରୁ ଆଉ ଏକ ଉଦ୍ୟମ କରାଯାଇଛି। ଦୋଷୀ ପୱନ୍ ଗୁପ୍ତା ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ ଫାଶୀ ଦଣ୍ଡାଦେଶକୁ ଆଜୀବନ କରାଦଣ୍ଡରେ ବଦଳାଇ ଦେବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନିର୍ଭୟା ମାମଲାର ଅନ୍ୟ ୩ ଦୋଷୀ ଅକ୍ଷୟ, ବିନୟ ଓ ମୁକେଶଙ୍କର କ୍ୟୁରେଟିଭ ପିଟିଶନ ଓ ରାଜକ୍ଷମା ଆବେଦନ ଖାରଜ ହୋଇ ସାରିଛି।

Comments are closed.