ପୁଣି ଥରେ ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ ଠାକୁର

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଜକ୍ଷମା ଆବେଦନ କରିଥିବା ଜଣାପଡିଛି। ଏହାପୂର୍ବରୁ ଅକ୍ଷୟ ଫେବ୍ରୁଆରି ପହିଲାରେ  ରାଜକ୍ଷମା ଆବେଦନ କରିଥିଲା। ଯାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ପୂର୍ବରୁ ଦାଖଲ କରାଯାଇଥିବା ରାଜକ୍ଷମା ଆବେଦନରେ ସଂମ୍ପୂର୍ଣ୍ଣ ତଥ୍ୟ ନ ଥିବା ଦର୍ଶାଇ ସେ ପୁନଃ ଆବେଦନ କରିଥିବା ସୂଚନା ମିଳିଛି।

୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ତେଣୁ ଫାଶୀ ଟାଳିବାକୁ ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଜକ୍ଷମା ଆବେଦନ କରିଛି। ସେହିପରି ଗତକାଲି ଦୋଷୀ ପୱନ୍ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା। ଆସନ୍ତା ସୋମବାର ସୁପ୍ରିମ୍‌ କୋର୍ଟ ଏ ସଂକ୍ରାନ୍ତରେ ଶୁଣାଣି କରିବେ।

Comments are closed.