ନିର୍ଭୟା ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ଗୋଟିଏ ଦିନରେ ନିର୍ଭୟା ଦୋଷୀ ପବନ ଗୁପ୍ତାର ଦୁଇଟି ଆବେଦନ ଖାରଜ ହୋଇଛି। ସୋମବାର ସକାଳେ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହୋଇଥିଲା। ଏହାର ତୁରନ୍ତ ପରେ ସେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ତାହା ମଧ୍ୟ ଅପରାହ୍ନ ସୁଦ୍ଧା ଖାରଜ ହୋଇ ଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି। ତେଣୁ ଆସନ୍ତାକାଲି ନିର୍ଭାୟା ଦୋଷୀ ଫାଶୀ ପାଇବା ସୁନିଶ୍ଚିତ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଫେବୃଆରୀ ୧୭ରେ ତଳ କୋର୍ଟରେ ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇଛି। ମାର୍ଚ୍ଚ ୩ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ସମୟ ଧାର୍ୟ୍ୟ ହୋଇଛି। ଏହାକୁ ମିଶାଇ ୩ ଥର ଡେଥ୍ ୱାରେଣ୍ଟ ଜାରି ହୋଇଛି।

 

Comments are closed.