ନୀରବ ମୋଦୀ ଓ ମେହୁଲ୍‍ ଚୋକ୍‍ସି ଗ୍ରୁପ୍‍ର ୧୨ଟି ଗାଡ଼ି ନିଲାମ କଲା ଇଡ଼ି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୀରବ ମୋଦୀ ଗ୍ରୁପ୍‍ ଓ ମେହୁଲ୍‍ ଚୋକ୍‍ସି ଗ୍ରୁପ୍‍ର ୧୨ଟି ଗାଡ଼ିକୁ ୩ କୋଟି ୨୯ ଲକ୍ଷ ଟଙ୍କାରେ ନିଲାମ କରିଛି। ଉଭୟ ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍ ଠକେଇରେ ଅଭିଯୁକ୍ତ ଅଛନ୍ତି। ୧୨ଟି ଗାଡ଼ି ମଧ୍ୟରୁ ୧୦ଟି ଗାଡ଼ି ନୀରବ ମୋଦୀ ଗ୍ରୁପ୍‍ର ଓ ୨ଟି ଗାଡ଼ି ମୋହୁଲ୍‍ ଚୋକ୍‍ସି ଗ୍ରୁପ୍‍ର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଗାଡ଼ିଗୁଡ଼ିକୁ ଜବତ କରାଯାଇଥିଲା। ମେଟାଲ୍‍ ସ୍କ୍ରାପ୍‍ ଟ୍ରେଡ୍‍ କର୍ପୋରେସନ୍‍ ଲିମିଟେଡ୍‍ ଜରିଆରେ
ସେହି ଗାଡ଼ିଗୁଡ଼ିକୁ ନିଲାମ କରାଯାଇଛି।

Comments are closed.