ହଙ୍ଗକଙ୍ଗରେ ଥିବା ନୀରବ ମୋଦୀଙ୍କ ୨୨୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

0

ନୂଆଦିଲ୍ଲୀ : ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା ଅଭିମୁଖ୍ୟ ପୋଷଣ କରିଛି। ଇଡି ନୀରବ ମୋଦୀଙ୍କର ହଙ୍ଗକଙ୍ଗରେ ଥିବା ୨୨୫ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ପିଏନ୍‍ବି ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କର ଅଚଳ ସମ୍ପତ୍ତି ପରିମାଣ ୪ ହଜାର ୭୪୪ କୋଟି ଟଙ୍କାରେ ପହଞ୍ଚିଛି । ବେଆଇନ ଅର୍ଥ କାରବାର ଅଧିନିୟମ ବଳରେ ଇଡି ଏହି ସମ୍ପତ୍ତି ବାଜ୍ୟାପ୍ତ କରିଛି।
ପୂର୍ବରୁ ଅକ୍ଟୋବର ୧ ତାରିଖରେ ଇଡ଼ି ନୀରବ ମୋଦୀଙ୍କର ୬୩୭ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରଥିଲା । ଏହି ସମସ୍ତ ସମ୍ପତ୍ତି ଭାରତ ତଥା ଅନ୍ୟ ୪ଟି ଦେଶରେ ରହିଛି।
ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୭ ଅକ୍ଟୋବରରେ ପିଏନ୍‍ବି ଦୁର୍ନୀତି ମାମଲାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ମେହୁଲ ଚୋକସୀଙ୍କର ୨୧୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା।

Leave A Reply