‘ପ୍ୟାକେଜ ଘୋଷଣା ଋଣ ବିକ୍ରି ବିଜ୍ଞାପନ’ : ନିରଞ୍ଜନ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ। ଏହାଦ୍ୱାରା କୃଷକ ଓ ମଧ୍ୟବିତ୍ତଙ୍କ ପାଇଁ କୌଣସି ସୁବିଧା ନାହିଁ। କେବଳ ମୁଷ୍ଟିମେୟ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟ ଉପକୃତ ହେବେ। ରାଜ୍ୟରେ ଇପିକଲ ଏବଂ ଓଏସ୍‍ଏଫସି ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ଜାଣି ପାରିବେ। ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମି ପାରିବ ନାହିଁ। ରାଜ୍ୟର ଯେହେତୁ ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥକୁ ଆଧାର କରି କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ। ତାହାହେଲେ ଅବସ୍ଥାର କିଛି ପରିବର୍ତ୍ତନ ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Comments are closed.