ନୀରବ ମୋଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ; ୫ଟି ଦେଶରେ ୬୫୭ କୋଟି ସମ୍ପତ୍ତି ଜବତ

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ବହୁ କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରବର୍ତନ ନିର୍ଦେଶାଳୟ ବା ଇଡି ପକ୍ଷରୁ ନୀରବ ମୋଦୀଙ୍କ ପ୍ରାୟ ୬୫୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ସେଥିରେ ସୁନା ଓ ହୀରା ଅଳଙ୍କାର, ବ୍ୟାଙ୍କ ଆକାଉଣ୍ଟ, ଫ୍ଲାଟ୍ ସମେତ ଅନ୍ୟ ସମ୍ପତ୍ତି ସାମିଲ ରହିଛି ।

ଭାରତ ସମେତ ଅନ୍ୟ ୫ଟି ଦେଶ ପକ୍ଷରୁ ନୀରବ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ ହୋଇଥିବା ଜିନିଷ ଗୁଡିକ ମଧ୍ୟରେ ୨୨.୬୯ କୋଟି ଟଙ୍କାର ହୀରା ଅଳଙ୍କାର ରହିଛି । ଏହି ସବୁ ସାମଗ୍ରୀ ହଂକଂରୁ ଜବତ ହୋଇଛି । ଏହା ଛଡା ଦକ୍ଷିଣ ମୁମ୍ବଇରୁ ୧୯.୫ କୋଟି ଟଙ୍କାର ଫ୍ଲାଟ୍ ଜବତ ହେଇଛି । ଏହି ଫ୍ଲାଟ୍ ପୂର୍ବି ମୋଦୀ ନାମରେ ରେଜିଷ୍ଟର ହୋଇଛି । ମିଳିଥିବା ସୂଚନା ଅନୁସାରେ ୨୦୧୭ରେ ଏହି ଫ୍ଲାଟ୍ କିଣା ଯାଇଥିଲା।

ଏହା ସହ ସିଙ୍ଗାପୁରରେ ଥିବା ୪୪ କୋଟି ଟଙ୍କାର ବ୍ୟାଙ୍କ ଖାତା ଇଡି ଜବତ କରିଛି । ଏ କମ୍ପାନୀ ବ୍ରିଟିଶ ବର୍ଜନ ଇସଲ୍ୟାଣ୍ଡ ନାମରେ ରେଜିଷ୍ଟର କରାଯାଇଛି । ଏଥିରେ ପୂର୍ବି ମୋଦୀ ଓ ମୟଙ୍କ ମେହତା ନାମ ସାମିଲ ରହିଛି ।

ଏହା ବ୍ୟତୀତ ନୀରବ ଓ ପୂର୍ବି ମୋଦୀ ନାମରେ ଅନ୍ୟ ୫ଟି ବ୍ୟାଙ୍କ ଖାତା ଏବଂ ପ୍ରାୟ ୨୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଦେଶ ବାହାରେ ଥିବା ନୀରବ ମୋଦୀଙ୍କ ସମ୍ପତ୍ତିକୁ ମଧ୍ୟ ଇଡି ପକ୍ଷରୁ ଜବତ କରାଯାଇଛି । ଲଣ୍ଡନରେ ୫୬ କୋଟି ଟଙ୍କାର ଥିବା ସମ୍ପତ୍ତି ଓ ଏକ ଫ୍ଲାଟ୍ ସମେତ ଆମେରିକାରେ ଥିବା ୨୧୬ କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ଜବତ କରାଯାଇଛି ।

Leave A Reply