ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ ଓ ସିଲ୍‍ଭର ଇଟିଏଫ ଫଣ୍ଡ୍‍ ଅଫ ଫଣ୍ଡ୍‍ ପ୍ରଚଳନ

ଭୁବନେଶ୍ୱର: ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ (ଏନଆଇଏମଏଫ୍‍)ର ଆସେଟ ପରିଚାଳନାକାରୀ ନିପ୍ପନ ଲାଇଫ ଇଣ୍ଡିଆ ମ୍ୟାନେଜମେଣ୍ଟ ଲିମିଟେଡ (ଏନଏଏମ୍‍ ଇଣ୍ଡିଆ) ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ ପ୍ରଚଳନ ସମ୍ପର୍କରେ ଘୋଷଣା କରୁଛି, ଯାହା ଫିଜିକାଲ ସିଲ୍‍ଭର ଏବଂ ସିଲ୍‍ଭର ସମ୍ପର୍କିତ ଉତ୍ପାଦରେ ନିବେଶ କରିବ ଏବଂ ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ ଫଣ୍ଡ୍‍ ଅଫ ଫଣ୍ଡ୍‍ (ଏଫଓଏଫ୍‍) ମଧ୍ୟ ପ୍ରଚଳନ କରାଯାଉଛି ଯାହା ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ୍‍ର ୟୁନିଟଗୁଡିକରେ ନିବେଶ କରିବ । ଉଭୟ ଯୋଜନା ନିମନ୍ତେ ଏନଏଫ୍‍ସ ୨୦୨୨ ଜାନୁଆରୀ ୧୩ରେ ଉନ୍ମୁକ୍ତ ହେବ ଏବଂ ୨୦୨୨ ଜାନୁଆରୀ ୨୭ ତାରିଖ ଦିନ ବନ୍ଦ ହେବ । ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ ପାଇଁ (ଏନଏଫଓ ସମୟରେ) ଆବଶ୍ୟକ ସର୍ବନିମ୍ନ ନିବେଶ ରାଶି ୧ହଜାର ଟଙ୍କା ଏବଂ ତାହାପରେ ୧ ଟଙ୍କାର ଗୁଣିତକ ରଖାଯାଇଥିବାବେଳେ ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ ଫଣ୍ଡ୍‍ ଅଫ ଫଣ୍ଡ୍‍ (ଏଫଓଏଫ୍‍) ନିମନ୍ତେ ଏନଏଫଓ ସମୟରେ ଆବଶ୍ୟକ ସର୍ବନିମ୍ନ ନିବେଶ ପରିମାଣ ୧ଶତ ଟଙ୍କା ଏବଂ ତାହା ପରେ ୧ ଟଙ୍କାର ଗୁଣିତକରେ ରଖାଯାଇଛି । ନିପ୍ପନ ଇଣ୍ଡିଆ ସିଲ୍‍ଭର ଇଟିଏଫ ଫଣ୍ଡ୍‍ ଅଫ ଫଣ୍ଡ୍‍ (ଏଫଓଏଫ୍‍)ରେ ନିବେଶକମାନେ ଡିମାଟ ଆକାଉଣ୍ଟର ଆବଶ୍ୟକତା ନଥାଇ ଅଂଶଗ୍ରହଣ କରିପାରିବେ ଏବଂ ସିଷ୍ଟେମାଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସଆଇପି)କୁ ପସନ୍ଦ କରିପାରିବେ ବୋଲି ନିପ୍ପନ ଇଣ୍ଡିଆ ମ୍ୟୁଚ୍ୟୁଆଲ ଫଣ୍ଡ୍‍ର ଇଟିଏଫ୍‍ ହେଡ ହେମେନ ଭାଟିଆ କହିଛନ୍ତି ।

Comments are closed.