ଭାରତର ପ୍ରଥମ ଅଟୋ ଇଟିଏଫ୍‍ ‘ନିପ୍ପନ ଇଣ୍ଡିଆ ନିଫ୍ଟି ଅଟୋ ଇଟିଏଫ୍‍’

ମୁମ୍ବଇ: ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ (ଏନଆଇଏମଏଫ୍‍)ର ସମ୍ପତ୍ତି ପରିଚାଳନାକାରୀ ନିପ୍ପନ ଲାଇଫ ଇଣ୍ଡିଆ ଆସେଟ ମ୍ୟାନେଜମେଣ୍ଟ ଲିମିଟେଡ (ଏନଏଏମ୍‍ ଇଣ୍ଡିଆ) ଭାରତର ପ୍ରଥମ ଯାନବାହନ କ୍ଷେତ୍ରର ଇଟିଏଫ୍‍ ‘ନିପ୍ପନ ଇଣ୍ଡିଆ ନିଫ୍ଟି ଅଟୋ ଇଟିଏଫ୍‍’ ପ୍ରଚଳନ ସମ୍ପର୍କରେ ଘୋଷଣା କରୁଛି । ଅଟୋ ଇଟିଏଫ୍‍ ଏକ ମୁକ୍ତ ଭାବରେ ବନ୍ଦ ହେଁଉଥିବା ଯୋଜନା ଯାହା ନିଫ୍ଟି ଅଟୋ ଇଣ୍ଡେକ୍ସକୁ ଦୋହରାଉଛି / ନଜର ରଖୁଛି । ଏନଏଫ୍‍ଓ ୨୦୨୨ ଜାନୁଆରୀ ୫ ତାରିଖରେ ଖୋଲିଛି ଏବଂ ୨୦୨୨ ଜାନୁଆରୀ ୧୪ ତାରିଖରେ ବନ୍ଦ ହେବ । ନୂତନ ଫଣ୍ଡ୍‍ ଅଫର (ଏନଏଫଓ) ଅବଧି ମଧ୍ୟରେ ଆବଶ୍ୟକ ସର୍ବନିମ୍ନ ବିନିଯୋଗ ରାଶି ୧୦୦୦ ଟଙ୍କା ଏବଂ ତାହାପରେ ୧ ଟଙ୍କାର ଗୁଣିତକରେ ନିବେଶ କରାଯାଇପାରିବ ।
ନିପ୍ପନ ଇଣ୍ଡିଆ ନିଫ୍ଟି ଅଟୋ ଇଟିଏଫ ମୁଖ୍ୟତଃ ନିଫ୍ଟି ଅଟୋ ଇଣ୍ଡେକ୍ସରେ ଥିବା ଷ୍ଟକଗୁଡିକରେ ଇଣ୍ଡେକ୍ସ ସହିତ ସମାନୁପାତରେ ନିବେଶ କରିବ । ଏହା ଶୀର୍ଷସ୍ତରର ୧୫ଟି କମ୍ପାନୀ (ନିଫ୍ଟି ଅଟୋ ଇଣ୍ଡେକ୍ସ ପଦ୍ଧତି ଅନୁଯାୟୀ) ପାଇଁ ସୁଯୋଗ ଯୋଗାଇଦେବ, ଯାହା ଅଟୋମୋବାଇଲ ୪ ଚକିଆ, ଅଟୋମୋବାଇଲ୍ସ ୨ ଓ ୩ ଚକିଆ, ଯାନବାହନ ଯନ୍ତ୍ରାଂଶ ଏବଂ ଟାୟାର ଆଦି କ୍ଷେତ୍ର ସମ୍ପର୍କିତ ପ୍ରତିନିଧିତ୍ୱ କରୁଛନ୍ତି ।

Comments are closed.