ସବରିମାଲ ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ଆବେଦନର ଶୁଣାଣି ଆଜି

 

ନୂଆଦିଲ୍ଳୀ : କେରଳର ପ୍ରସିଦ୍ଧ ଶୈଳପୀଠ ସବରିମାଲ ମନ୍ଦିରରେ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟକୁ ବିରୋଧ କରି ଯେଉଁସବୁ ଆବେଦନ କରାଯାଇଛି, ସୋମବାର ସୁପ୍ରିମକୋର୍ଟ ତାହାର ଶୁଣାଣି ଆରମ୍ଭ କରିବେ।

ପ୍ରଧାନ ବିଚାରପତି ଏସ୍‍. ଏ ବୋବ୍‍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ୬୦ଟି ମାମଲାର ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନ ବିଚାରପତିଙ୍କ ସହ ବିଚାରପତି ଆର୍‍. ଭାନୁମତି, ଅଶୋକ ଭୂଷଣ, ଏଲ୍‍.ନାଗେଶ୍ୱର ରାଓ, ଏମ୍‍.ଏମ୍‍. ସନ୍ତନଗୌଡ଼ା, ଏସ୍‍.ଏ. ନଜୀର, ଆର୍‍.ସୁବାସ ରେଡ୍ଡୀ, ବି.ଆର୍‍. ଗବାଇ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଏହି ୯ ଜଣିଆ ପୀଠ ଗଠିତ ହୋଇଛି।

ଏହି ପୀଠକୁ ଯିବା କ୍ଷେତ୍ରରେ ମୁସଲମାନ ଓ ପାର୍ସୀ ମହିଳାଙ୍କ ପ୍ରତି ସେମାନଙ୍କ ଧର୍ମରେ ଯେଉଁ କଟକଣା ରହିଛି, ତାହାର ଅବସାନ ପାଇଁ ହୋଇଥିବା କେତେକ ଆବେଦନର ମଧ୍ୟ ଶୁଣାଣି କରାଯିବ। ଏହି ଦୁଇବର୍ଗର ମହିଳାଙ୍କୁ ସବରିମାଲ ମନ୍ଦିରରେ ପ୍ରବେଶ କ୍ଷେତ୍ରରେ ପାତର ଅନ୍ତର କରାଯାଉଥିବା ଆବେଦନକାରୀମାନେ ଦର୍ଶାଇଛନ୍ତି।

 

Comments are closed.