www.samajalive.in
Sunday, December 14, 2025
19.1 C
Bhubaneswar

ଦେଶ ବିକାଶରେ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: ନିମାପଡ଼ା ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ସାମନ୍ତରାପୁର ଦିବ୍ୟ ମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଞ୍ଚ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ଉପଦେଷ୍ଟା ତଥା ଭାରତ ସରକାରଙ୍କ ଅଧିନସ୍ଥ ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର ନିର୍ଦେଶକ ପ୍ରଫେସର ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ ଯେ ସମାଜର ପ୍ରଗତି ପାଇଁ ପ୍ରତ୍ୟେକ ଅଞ୍ଚଳର ସାହିତ୍ୟିକମାନେ ନିଜ ଅଞ୍ଚଳର ସାହିତ୍ୟ, କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣି ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ। କାରଣ ରାଜ୍ୟ ତଥା ଦେଶ ବିକାଶରେ ସାହିତ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ସେ ପ୍ରକାଶ କରିଥିଲେ।

 

- Advertisement -

ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ନାଟ୍ୟକାର ରମେଶ ଚନ୍ଦ୍ର ଦାସ କହିଥିଲେ ଯେ ବିଶାଳ କରିପାରେ ସେ ସାଧାରଣ କିନ୍ତୁ ତାକୁ ଯିଏ ଅଣୁରେ ପରିଣତ କରିପାରେ ସେ ଅସାଧାରଣ।’ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସଂଳାପ ଲେଖକ ଅଧ୍ୟାପକ ଡ. ରଜନୀ ରଞ୍ଜନ ଦାସ ପ୍ରତ୍ୟେକ ଲେଖା ଅନୁଭବସିଦ୍ଧ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ.ପ୍ରମୋଦିନୀ ଜେନାଙ୍କ ସମ୍ପାଦିତ ତଥା ନିମାପଡ଼ା ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରିବେଶ ପାଇଁ ସମର୍ପିତ ‘ନିମାପଡ଼ାପତ୍ର’ର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରାଯାଇଥିଲା। ସଂସଦର ସଭାପତି ଶୁଭେନ୍ଦୁ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଦ୍ବିତୀୟ ସୋପାନରେ ବିଶିଷ୍ଟ କବି ଉମାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ଆସରରେ ମୁଖ୍ୟ ଅତିଥି ଭାବେ ସଚିବାଳୟ ଲେଖକ ପରିଷଦ କତ୍ତୃକ ‘ପାହାଚ’ର ସମ୍ପାଦକ କମଳ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ କବି ପୂର୍ଣ୍ଣଚନ୍ଦ୍ର ମହାରଣା, ସମ୍ମାନିତ ଅତିଥି ଭାବେ କବି ଦୁର୍ଗା ଷଡ଼ଙ୍ଗୀ, ବିନୟ ପାଣିଗ୍ରାହୀ, ଶ୍ରୀମନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଧାଂଶୁବାଳା ସାହୁ, ରାମହରି ମହରଣା, ଲିପ୍ସା ଆଚାର୍ଯ୍ୟ, କଳିଙ୍ଗ ପ୍ରହରୀ ସମ୍ପାଦକ ଶଶାଙ୍କ ମହାନ୍ତି, ଗବେଷିକା କଲ୍ୟାଣୀ ଭୋଇଙ୍କ ସମେତ ୪୦ଜଣ କବି ଯୋଗ ଦେଇ ନିଜ ନିଜର କବିତା ଆବୃତ୍ତି କରିଥିଲେ।
ଦିବ୍ୟ ମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ବିଭୁ ପ୍ରସୁନ୍ ଦାସ, ଦିବ୍ୟ ବିହାର ଉନ୍ନୟନ ପରିଷଦର ସମ୍ପାଦକ ନବକିଶୋର ପରିଡ଼ା, ଶରତ ଆଚାର୍ଯ୍ୟ, ସରୋଜ କୁମାର, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ନିମାପଡ଼ା ସାହିତ୍ୟ ସଂସଦର ସହ ସମ୍ପାଦକ ବିଶିଷ୍ଟ କବି ଗୁଣନିଧି ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories