ଯୁବ ବିକାଶ ପରିଷଦ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ନିମାପଡ଼ା: ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା ବିଭନ୍ନ ଅଞ୍ଚଳକୁ ଯାଇ ଯୁବ ବିକାଶ ପରିଷଦ ପକ୍ଷରୁ କ୍ରମାଗତ ଭାବେ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି।

ଏହି ପରିପ୍ରକ୍ଷୀରେ ବାମନାଳ ପଞ୍ଚାୟତ ଅନ୍ତର୍ଗତ ପାଇକସାହୀ ଗ୍ରାମ ସମେତ ଆଖପାଖ ୨ ଟି ସାହିରେ ରିଲିଫ ବଣ୍ଟନ କରାଯାଇଥିଲା। ଏଥିରେ ୧୦୦ ପରିବାର ପାଇଁ ଚୂଡା, ମିକ୍ସଚର, ବିସ୍କୁଟ, ମଶାଧୂପ, ଦିଆସିଲି, ପାଣି ବୋତଲ, ମହମବତୀ, କିଛି ପ୍ରାଥମିକ ଚିକିତ୍ସା ଔଷଧ, ବ୍ଲିଚିଙ୍ଗ, ଗୋଖାଦ୍ୟ, ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ନିରଞ୍ଜନ ସାହୁ, ବ୍ରହ୍ମାନନ୍ଦ ସାହୁ,ଚନ୍ଦ୍ରକାନ୍ତ ବରାଳ, ବିଜୟ କୁମାର ଦାସ,ଶ୍ୟାମ ମିଶ୍ର, ଶାନ୍ତନୁ ନନ୍ଦ, ଦିଲଜିତ ଶ୍ରିରାଜ,ଜ୍ୟୋତି ରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ଯାଦବଙ୍କ ସମେତ ବାମନାଳ ସମିତିସଭ୍ୟ  ଦୀପକ କୁମାର ଦାସ ଉପସ୍ଥିତ ରହି ବିଶେଷ ସହଯୋଗ ପ୍ରଦାନ କରିଥିଲେ।

Comments are closed.