ନିମାପଡ଼ା ଯୁବ ବିକାଶ ପରିଷଦର ରକ୍ତଦାନ ଶିବିର

ନିମାପଡ଼ା : ସାମ୍ପ୍ରତିକ କରୋନା ସମସ୍ୟା ସମୟରେ ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତସଙ୍କଟକୁ ଦୃଷ୍ଟିରେ ରଖି ନିମାପଡ଼ା ଯୁବ ବିକାଶ ପରିଷଦ ଓ ନିମାପଡ଼ା ଦି ବ୍ଲଡ଼ ଡୋନୋର୍ଷ, ପୁରୀର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସ୍ଥାନୀୟ ମଙ୍ଗଳା ଆବାସିକ ମହାବିଦ୍ୟାଳୟରେ ଆୟୋଜିତ ଏହି ଶିବିରକୁ ନିମାପଡ଼ା ତହସିଲଦାର ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମଲ୍ଲିକ ଉଦଘାଟନ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ ରକ୍ତଭଣ୍ଡାରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି ଶିବିରରେ ବୁଦ୍ଧିଜୀବି, ସମାଜସେବୀ, ବରିଷ୍ଠ ନାଗରିକ, ମହିଳା ତଥା ଛାତ୍ରୀଛାତ୍ର, ବ୍ୟବସାୟୀ ରକ୍ତଦାନ କରିଥିଲେ। ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ରାଜକିଶୋର ଦାଶଙ୍କ ସମେତ ଯୁବ ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଉପସଭାପତି ଚନ୍ଦ୍ରକାନ୍ତ ବରାଳ, ସମ୍ପାଦକ ଶ୍ରୀମାନ ଆଦର୍ଶ ଦାଶ, ବ୍ରହ୍ମାନନ୍ଦ ସାହୁ, ଅଜୟ ପଣ୍ଡା, ଦିଲଜିତ ଶ୍ରିରାଜ, ଦେବାଶିଷ ଦାଶ, ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ଏନଆଇସି କମ୍ପ୍ୟୁଟର ମୁଖ୍ୟ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଏହି ରକ୍ତଦାନ ଶିବିରଟିକୁ ପରିଚାଳନା କରିଥିଲେ।