କୁଲଡିହା ଅଭୟାରଣ୍ୟରୁ ସଶସ୍ତ୍ର ଶିକାରୀ ଗିରଫ

0

ନୀଳଗିରି: କୁଲଡିହା ଅଭୟାରଣ୍ୟରୁ ଜଣେ ସଶସ୍ତ୍ର ଶିକାରୀକୁ ବନ ବିଭାଗ  ଗିରଫ କରିଛି । ଶିକାରୀ ତଥା ରିଷିଆ ଗାଁର ସୁନ୍ଦରମୋହନ ସିଂ ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ବନବିଭାଗ ହାତରେ ଧରାପଡ଼ିଛନ୍ତି । ରିଷିଆ ଡ୍ୟାମ ନିକଟରୁ ସମ୍ପୃକ୍ତ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨ଟି ଦେଶୀବନ୍ଧୁକ ଜବତ କରାଯାଇଛି ।

Leave A Reply