୫-ଟି ରୂପାନ୍ତରିତ ସ୍କୁଲରେ ପରିଣତ ହେଲା ନୀଳଗିରି ରୋଡ ହାଇସ୍କୁଲ

ବାଲେଶ୍ୱର: ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଯୋଜନା ସ୍ୱରୂପ ରେମୁଣା ବ୍ଲକ ଅନ୍ତର୍ଗତ ନୀଳଗିରି ରୋଡ ହାଇସ୍କୁଲ ଆଜି 5ଟି ରୂପାନ୍ତରଣରେ ସାମିଲ ହୋଇଛି। ରାଜ୍ୟ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  ତୁଷାରକାନ୍ତି ବେହେରା ଆଜି ଏହି ସ୍କୁଲ ଗସ୍ତ କରି ସ୍ଥାନୀୟ ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡାଙ୍କ ଉପସ୍ଥିତରେ ୫-ଟି ସ୍କୁଲ ପାଇଁ ଶିଳାନ୍ୟାସ କରିଥିଲେ। ରେମୁଣା ବ୍ଲକର ୧୪ଟି ସ୍କୁଲ ମଧ୍ୟରୁ ଅନ୍ୟତମ ଏହି ନୀଳଗିରି ରୋଡ ହାଇସ୍କୁଲକୁ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରିତ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସାଂସଦ ସଭାପତି  ଗୋପବନ୍ଧୁ ଦାସ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସାଂସଦ ସମ୍ପାଦକ  ରବୀନ୍ଦ୍ର ମହାକୁଡ଼ଙ୍କ ସମେତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ବରିଷ୍ଠ ପ୍ରଶାସକ ତଥା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା  କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.