ଚୋରା ପଥର ବୋଝେଇ ଗାଡ଼ି ଜବତ ; ୬ ଅଟକ

ନୀଳଗିରି: ବାଲେଶ୍ବର ଜିଲାର ନୀଳଗିରି ଓ ଖଇରା ଥାନା ଅଞ୍ଚଳରେ ୪ଟି ଚୋରା ପଥର ବୋଝେଇ ଗାଡ଼ି ସୋମବାର ଜବତ ହେବା ସହ ସମ୍ପୃକ୍ତ ଘଟଣାରେ ୬ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ଖବର ମିଳିଛି। ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ଆଜି ଭୋରରୁ ଚଢ଼ାଉ ଜାରି ରଖିଛନ୍ତି। ବିନା ପରମିଟରେ ଚୋରାରେ ପଥର ଓ ମୋରମ ବୋଝେଇ କରି ନେଉଥିବା ଅଭିଯୋଗରେ ୪ଟି ଡ଼ମ୍ପରକୁ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖାଯାଇଛି । ଏସଡିପିଓ ଶ୍ରୀ ମହାପାତ୍ର ନିଜର ଟିମ ଫୋର୍ସ ଧରି ଏହି ଚଢ଼ାଉ ଜାରି ରଖିଛନ୍ତି। ତେବେ ଏହି ଅଚାନକ ଚଢ଼ାଉ ଦେଖି ଚୋରା ବ୍ୟବସାୟୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବହୁ ଗାଡ଼ି ପୁଲିସ ଭୟ ରେ ଗଳା ରାସ୍ତା ଦେଇ ଖସି ପଳାଇଛନ୍ତି। ଏହି ଚଢ଼ାଉ ଜାରି ରହିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Comments are closed.