ପାଣିକୁଣ୍ଡରେ ବୁଡ଼ି ନାବାଳକ ମୃତ; ଘଟଣାସ୍ଥାଳରେ ଉତ୍ତେଜନା  

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି । ବ୍ଲକର ବେଗୁନିଆ ପଞ୍ଚାୟତରେ ଦୀର୍ଘ ଦିନ ଧରି ମେଗା ପ୍ରକଳ୍ପ କାମ ଚାଲି ଆସୁଥିବା ବେଳେ ଆଜି ଏକ ବଡ଼ ଅଘଟଣ ଘଟିଛି । ଲୋକଙ୍କୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ଏବେ ବି ଜାରି ରହିଛି ।  ପାଣି ଟାଙ୍କି ନିକଟରେ ଏକ ଅସ୍ଥାୟୀ କୁଣ୍ଡ ମଧ୍ୟ ନିର୍ମାଣ ହୋଇଥିଲା ।

ବର୍ଷା ଯୋଗୁଁ ଏହି କୁଣ୍ଡ ର ପାଣି ଭର୍ତି ହୋଇ ରହିଥିଲେ ହେଁ ସଂପୃକ୍ତ ଠିକାଦାର ଏଥିରେ କୌଣସି ସୁରକ୍ଷା ବାଡ଼ ବା ସେଫ୍ଟି ଗାର୍ଡ କରି ଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ସେହି ଗାଁର ଗୋବିନ୍ଦ ସିଂଙ୍କ ୫ବର୍ଷର ପୁଅ କିରଣ ଖେଳୁ ଖେଳୁ ଅସାବଧାନତା ଯୋଗୁଁ କୁଣ୍ଡରେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଅଞ୍ଚଳରେ ଉତ୍ତେଜନା ଦେଖାଇଛି । ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଠିକାଦାରଙ୍କ ଏହି ଅବହେଳା ଯୋଗୁ ଆଜି ଗୋଟିଏ ନାବାଳକର ଜୀବନ ଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

Comments are closed.